
ଲୋକେ କହୁଛନ୍ତି ଦୀପ ଲିଭିବା ପୂର୍ବରୁ ଜୋର ରେ ଜଳେ….
ଭୁବନେଶ୍ୱର: ଆସିକା ବିଧାୟକ ଭାବେ ଦ୍ୱିତୀୟ ଥର ନିର୍ବାଚିତ ହେବା ପରେ ରାଜନୈତିକ ମଇଦାନ ରେ ଭାଇନାଙ୍କ ବୋଲିଂଙ୍ଗର ଲାଇନ ଲେନ୍ଥ ଠିକ ରହୁନଥିବା ଆଲୋଚନା ହେଉଛି। ଭାଇନା ବିଭିନ୍ନ ସମୟରେ ଅପବାଦରେ ରହୁଛନ୍ତି।ପ୍ରଥମେ ଜୁଆ ଖେଳୁ ଥିବାର ଭିଡିଓ ଭାଇରଲ ତ’ କେତେ ବେଳେ ବାଲି ମାଫିଆ ମାନଙ୍କୁ ମାସିଆରି ବଟି ମାଗିବାର ଅଡ଼ିଓ ଭାଇରଲ ହୋଇଥିଲା। ତାପରେ ବ୍ରହ୍ମପୁର ବୁଢୀମା ଠାକୁରାଣୀଙ୍କ ଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରହି ହାତ ଦେଖାଇବା ବେଳେ ବିରକ୍ତି ହୋଇ ମୁଖ୍ୟମନ୍ତ୍ରୀ ହାତକୁ ପଛ କୁ ନେଇଯିବା ଆଦି ବିବାଦ ଘଟଣା ଭାଇନାଙ୍କ ପିଛା ଛାଡୁନାହିଁ। ଭାଇନା ମିଡ଼ିଆର ବୁମକୁ ଦେଖି ଦେଲେ ପୁରୁଣା ରାଗ ସୁଝାଇବା ପାଇଁ ଲାଇନ ଲେନ୍ଥ ନଥିଲା ଭଳି କେତେବେଳେ ନବୀନ ପଟ୍ଟନାୟକଙ୍କ ନାଁ ଧରିତ କେତେବେଳେ ପାଣ୍ଡିଆନଙ୍କ ନାଁ ଧରି ବାଃ ବାଃ ନେବାକୁ ଚେଷ୍ଟା କରି ତାଙ୍କ ପୁରୁଣା କଥା ମନେ ପକେଇବା ପାଇଁ ବିରୋଧିଙ୍କୁ ମୌକା ଦେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଗୋଦି ମିଡ଼ିଆ ଏବେ ତାଙ୍କ ପଛରେ, ଭାଇନା କହୁ କହୁ ଅନେକ ବିତଣ୍ଡା କଥା କହିଦେବା ଯୋଗୁଁ ବର୍ତ୍ତମାନ ଉକ୍ତ କଥା କୁ ନେଇ ଚାହା ଖଟିରେ ଲୋକେ ଚର୍ଚ୍ଚା କରୁଛନ୍ତି “ଚାଲୁଣି କହୁଛି ଛୁଞ୍ଚି”କୁ ଵୋଲି ମଧ୍ୟ ଲୋକେ ଅଟ୍ଟହାସ୍ୟ କରୁଥିବା ଦେଖିବାକୁ ମିଳୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ କଣ ଟିକେ କହିଲେ ଚର୍ଚ୍ଚାରେ ରହିବା କଥା ଏବେ ଭାଇନାଙ୍କୁ ମହଙ୍ଗା ପଡୁଛି।ନଦୀ ନ ଦେଖୁଣୁ ଲଙ୍ଗଳା ଭଳି ନବୀନ ବାବୁଙ୍କ ଉତ୍ତୋରାଧିକାରୀ ନବାଛିବା ପୂର୍ବରୁ ଭାଇନା ଦିନରେ ସ୍ୱପ୍ନ ଦେଖିବା ପରି ବିଳ ବିଳାଇ ହେଉଛନ୍ତି l ମିଡ଼ିଆ ବୁମ ହାବୁଡ଼ିଯିବା ପରେ ଭାଇନା ଆନନ୍ଦ ରେ ବାଉଳି ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏବଂ ବିନାଶ କାଳେ ବିପରୀତ ବୁଦ୍ଧି ପରି ମନ୍ତବ୍ୟ ଦେଉଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l ଭାଇନାଙ୍କ କିଛି ହାତ ଗଣତି କର୍ମୀ ମାନେ ଭାଇନାଙ୍କ ଡ଼ାଇଲକ ଶୁଣି ତାଳି ମାରିବା ସହ ଏଥର ମନ୍ତ୍ରୀ ପଦ ଥୁଆ ବୋଲି ରଡ଼ି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଦେଖା ଯାଉ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପର୍ଯ୍ୟନ୍ତ ଭାଇନା ଆଉ କଣ କଣ କହୁଛନ୍ତି ଦେଖିବାକୁ ବାକି ରହିଲା। ଅନ୍ୟ ଦିଗକୁ ଦେଖିଲେ ମିଡ଼ିଆ ମଜ୍ଜା ନେଉଛି ତଳ ଦିନେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଙ୍କ ଭଳି ଏବେ ମିଡ଼ିଆ ଆସିକା ବିଧାୟକ ଙ୍କ ପଛରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଗଞ୍ଜାମ ଜିଲ୍ଲାର ଅନ୍ୟ ବିଧାୟକ ଙ୍କ ତୁଳନାରେ ଦୁର୍ନୀତି ଖୋର ବିଧାୟକ ଭାବରେ ଆସିକା ବିଧାୟକ ଙ୍କ ନାମ ଶ୍ରେଷ୍ଠରେ କହିଲେ କିଛିବି ଭୁଲ ହେବ ନାହିଁ l ବାଲି, ମଦ, ପଥର ଏବଂ ଜମି ମାଫିଆ ମାନେ ତ୍ରାହି ତ୍ରାହି ଡାକିଲେଣି ଆଉ କିଛି ମାଫିଆ ତାଙ୍କ କୋଳରେ ବସି ଲୁଟିବାରେ ଲାଗିଛନ୍ତି l ରାଜ୍ୟ ସରକାର ସବୁ ଜାଣି ଚୁପବସିଛି ନା ସୁଯୋଗ ଅପେକ୍ଷା ରହିଛି ତାହା ସମୟ କହିବ l