ମଦ ପିଇ ବ୍ଲକ୍ କାର୍ଯ୍ୟାଳୟକୁ ଏପିଓ ଆସୁଥିବା ନେଇ ଅଭିଯୋଗ…!

youtube

ମାଲକାନଗିରି ୧/୯ ରାଜ୍ୟ ସରକାର ବିଭିନ ସରକାରୀ କାର୍ଯ୍ୟଳୟରେ କାର୍ଯ୍ୟରତ କର୍ମଚାରୀ ମାନେ କିଭଳି କାର୍ଯ୍ୟ କରିବେ ସେ ନେଇ ବିଭିନ୍ନ ନୀତିନିୟମ ଲାଗୁ କରିଛନ୍ତି । ହେଲେ କିଛି ସରକାରୀ କର୍ମଚାରୀ ଏହାକୁ ମାନୁନାହାନ୍ତି ବା ମାନିବାକୁ ପ୍ରସ୍ତୁତ ନଥିବା ଦୃଶ୍ୟମାନ ହେଉଛି ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କାର୍ଯ୍ୟାଳୟରେ । ବ୍ଲକରେ ମନରେଗା କାର୍ଯ୍ୟ ପାଇଁ ନିଯୁକ୍ତି ହୋଇଥିବା ଏପିଓ ବିଭିନ୍ନ ସମୟରେ ମଦ୍ୟପାନ କରି ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ନଜର ରହୁଛି । ପ୍ରାୟ ସବୁ ଦିନ ସେ ମଦ ପିଇ କାର୍ଯ୍ୟାଳୟ ଆସୁଥିବା ନଜିର ରହିଥିବା ବେଳେ ଗତ ସୋମବାର ଦିନ କିଛି ଗଣମାଧ୍ୟମ ପ୍ରତିନିଧି ମାନେ ମନରେଗା ଯୋଜନାର କାମର ତଥ୍ୟ ଜାଣିବା ନିମନ୍ତେ ତାଙ୍କ ଅଫିସ ପହଞ୍ଚିଥିଲେ । ଅଫିସ୍ ଭିତରକୁ ଯିବା ପରେ ସେ ଭୀଷଣ ମଦ ପିଇଥିବା ଓ କଥା କହିବା ସମୟରେ ହୋସରେ ନଥିବା ଜଣାପଡୁଥିଲା । ତେବେ ତାଙ୍କୁ ଏବାବଦରେ ପଚାରିବାରୁ ସେ ଅଫିସ୍ ଛାଡି ବାହାରକୁ ବାହାରି କେଉଁଆଡେ ପଳେଇ ଥିଲେ । ସେ ନିତିଦିନ ମଦ୍ୟ ପାନ କରି କେମିତି ଅଫିସ୍ ଯାଉଛନ୍ତି ଏବଂ ଅଫିସ୍ ରେ ଥିବା ଉଚ୍ଚସ୍ତରୀୟ ଅଧିକାରୀ ମାନେ ଏହାକୁ କେମିତି ଜାଣିପାରୁନାହାନ୍ତି ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ଅଫିସକୁ ଆସୁଥିବା ଆଦିବାସୀ ଓ ଗରିବ ସମ୍ପ୍ରଦାୟର ଲୋକଙ୍କ କାମ କିଭଳି ହେବ ଏ ନେଇ ସନ୍ଦେହ ସୃଷ୍ଟି ହୋଉଛି । ଜଣେ ପଦସ୍ଥ ଅଧିକାରୀ ମଦ୍ୟ ପାନ କରି ଆସନରେ ବସିଥିବା ଲଜ୍ୟାର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ଆଗକୁ ଜିଲ୍ଲା ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.