
ଉମରକୋଟ: ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ସବଡ଼ିଭିଜନାଲ ହସ୍ପିଟାଲରେ ଡାକ୍ତରୀ ଅବହେଳା ପାଇଁ ଜଣେ ଆଶା କର୍ମୀ ଗର୍ଭବତୀ ମା’ଙ୍କ ଦୁଃଖଦ ମୃତ୍ୟୁ ଘଟିବାରୁ ସମଗ୍ର ଅଞ୍ଚଳରେ ଶୋକ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି। ଚିକିତ୍ସାରେ ଅନୁଭବୀ ଡାକ୍ତରଙ୍କ ଅଭାବ ଏବଂ ପ୍ରଶିକ୍ଷଣ ରେ ଥିବା “କାମଚଳା” ଡାକ୍ତରଙ୍କ ଉପରେ ହସ୍ପିଟାଲର ଭରସା, ନିରୀହ ଲୋକଙ୍କ ଜୀବନକୁ ଖେଳରେ ପରିଣତ କରି ଦେଇଛି।କେନ୍ଦ୍ର ସ୍ୱାସ୍ଥ୍ୟ ସୁବିଧା, କିନ୍ତୁ ଚିକିତ୍ସାରେ ଅବ୍ୟବସ୍ଥାରେ

ଉମରକୋଟ ସବଡ଼ିଭିଜନାଲ ହସ୍ପିଟାଲ ରାଇଘର, ଝରିଗାଁ, ଚନ୍ଦାହାଣ୍ଡି,ଡାବୁଗାଁ ସହ ପଡ଼ୋଶୀ ଛତିଶଗଡ଼ର ଆଦିବାସୀ ଓ ଦଳିତ ଅଞ୍ଚଳର ଲୋକଙ୍କ ପାଇଁ ଆଶ୍ରୟ ସ୍ଥଳ। କିନ୍ତୁ ଏଠାରେ ଅନୁଭବୀ ଡାକ୍ତର ନଥିବାରୁ, ଗୁରୁତର ରୋଗୀମାନେ ରେଫେରର ଦୁର୍ବଳ ଚକ୍ରରେ ପଡ଼ି, ସହରକୁ ପହଞ୍ଚିବା ପୂର୍ବରୁ ଜୀବନହାନିର ଶିକାର ହେଉଛନ୍ତି।ଗରିବଙ୍କ ପାଇଁ “ରେଫେର” ମାନେ ଅର୍ଥନୀତିକ ସଙ୍କଟ ଗରିବ ରୋଗୀଙ୍କୁ ସହରକୁ ରେଫେର କରାଗଲେ, ଚିକିତ୍ସା ସହିତ ଯାତାୟାତ ଓ ଖର୍ଚ୍ଚର ଭାର ସେମାନଙ୍କ ପାଇଁ ଅସହ୍ୟ ହୋଇଯାଉଛି। ଅନେକ ପରିବାର ଋଣରେ ବୁଡ଼ି ଯାଉଛନ୍ତି, କିମ୍ବା ଅର୍ଥାଭାବରେ ଚିକିତ୍ସା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।ସରକାରୀ ପ୍ରତିଶ୍ରୁତିରେ ଲୋକଙ୍କ ବିଶ୍ୱାସଭଙ୍ଗ
୨୪ ବର୍ଷର ପୂର୍ବତନ ସରକାର ଯେପରିକି ଲୋକଙ୍କ ଆଶାକୁ ତଡେଇ ଦେଇଥିଲା, ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ମଧ୍ୟ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବୁଲେଇବାରେ ବ୍ୟସ୍ତ ଅଛନ୍ତି ବୋଲି ଅଞ୍ଚଳରେ ଅଭିଯୋଗ ଉଠିଛି।ସ୍ଥାନୀୟ ଲୋକଙ୍କ ଦାବି ଓ ପ୍ରତିବାଦ ବୁଦ୍ଧିଜୀବୀ ମହଳରୁ ସ୍ପଷ୍ଟ ଭାବରେ ଦାବି ହେଉଛି।
ଉମରକୋଟ ସବଡ଼ିଭିଜନାଲ ହସ୍ପିଟାଲରେ ଡାକ୍ତରଙ୍କୁ ତୁରନ୍ତ ନିଯୁକ୍ତି। ମା’ମାନଙ୍କ ପାଇଁ ସୁଚିତ୍ରା ମାଟର୍ନିଟି ୟୁନିଟ୍ ଓ ଆଧୁନିକ ସର୍ଜିକାଲ୍ ବ୍ୟବସ୍ଥା। ରେଫେର ହେଲେ ମାଗଣା ଆମ୍ବୁଲାନ୍ସ ସୁବିଧା ଓ ଅର୍ଥ ସହାୟତା। ଡାକ୍ତରଙ୍କ ଖେଳ ଲୋକଙ୍କୁ କାଳ ସାଜିଛି।