ଚୋରା ସୁନାର ହବ୍ ପାଲଟିଛି ଆସିକା ! ସୁନା କ୍ରୟ କରି ଜଣେ ଜଣେ କୁବେର !!

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଗମନା ଗମନ ସହ ବ୍ୟବସାୟୀକ କେନ୍ଦ୍ର ସ୍ଥଳୀ। ଆସିକା ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଛତୁ ଫୁଟିଲା ଭଳି ମାଳ ମାଳ ସୁନା ଦୋକାନ ରହିଛି।ଅଧିକାଂଶ ସୁନା ଦୋକାନ ବିନା ପଞ୍ଜିକରଣ ଚାଲିଛି। ଏଠାକାର କିଛି ବ୍ୟବସାୟୀ ଚୋରା ସୁନା କ୍ରୟ କରିବା ପାଇଁ ଦୋକାନ କରିଥିବା ଓ ଚୋରା ସୁନା କ୍ରୟ କରି ଜେଲ ଯିବାର ନଜିର ରହିଛି। ଆମ ରାଜ୍ୟ ସମେତ ଅନ୍ୟ ରାଜ୍ୟରେ ଚୋରି ହେଉଥିବା ସୁନା ଆସିକା ଅଞ୍ଚଳରୁ ଜବତ ହେବା ଓ ଚୋରା ସୁନା କ୍ରୟ କରି ଜେଲ ମଧ୍ୟ ବହୁ ବ୍ୟବସାୟୀ ଯାଇଛନ୍ତି। ଆସିକା ବଜାର ସାହିରେ ୱାର୍ଡ ନମ୍ବର ୫ ର କିଛି ବ୍ୟବସାୟୀ ଆଗକୁ ଛୋଟ ଦୋକାନ କରି କେବଳ ଚୋରା ସୁନା କ୍ରୟ କରି ଆସିକା, ବ୍ରହ୍ମପୁର ଓ ଆଦି ସ୍ଥାନରେ କୋଟି କୋଟି ଟଙ୍କା ରେ ଅଟାଳିକା କରିଥିବାର ନଜିର ରହିଛି। ଚୋରି ସୁନା ଶାଗମାଛ ଦରରେ କ୍ରୟ କରି ଆସିକା ତାଲୁକା ଛକରେ ତିନି ତିନିଟି ଗୃହ, ବଜାର ସାହିରେ ଗୋଟିଏ, ପରିବା ବଜାର ପଛପଟେଗୋଟିଏ ବ୍ରହ୍ମପୁର ହରିଡ଼ାଖଣ୍ଡି ଛକ ନିକଟରେ ଅଟାଳିକା ଓ ଜମି କ୍ରୟ କରିଥିବା ଜଣେ ବ୍ୟବସାୟୀଙ୍କ ନାଁ ଏବେ ଚର୍ଚ୍ଚା ରେ ରହିଛି। ଚୋରା ସୁନା କ୍ରୟ କରି କୋଟି କୋଟି ଟଙ୍କାର ପାହାଡ଼ ଉପରେ ବସିଥିବା ବ୍ୟବସାୟୀଙ୍କ ପ୍ରତି ନାଁ ଇଡି, ନାଁ ଆଇଟି ନାଁ ଭିଜିଲାନ୍ସ କାହାର ମଧ୍ୟ ଛାଇ ପଡ଼ିନାହିଁ। ବିନା ପଞ୍ଜିକୃତ ରେ ଚାଲିଥିବା ବ୍ୟବସାୟ ର ଅମାପ ସମ୍ପତ୍ତି ର ହିସାବ ସରକାରଙ୍କ ପାଖରେ ନାହିଁ। ଆସିକା ବିନାୟକ ବଜାର ଅଞ୍ଚଳର ଜଣେ ବଡ଼ ବ୍ୟବସାୟୀଙ୍କ ପାଖରୁ ଅଗଷ୍ଟ ୨୦ ତାରିଖ ଦିନ ଦିଗପହଣ୍ଡି ପୋଲିସ ଚୋରି ସୁନା କ୍ରୟ କରିଥିବା ଦୋକାନ ଉପରେ ଚଢ଼ାଉ କରି ସୁନା ଜବତ କରିଥିଲେ। ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଚୋରା ସୁନା ଜବତ ହେବାର ରେକର୍ଡ ରହିଛି।

ad-week
Leave A Reply

Your email address will not be published.