ରଘୁନାଥ ଜୀଉଙ୍କ ଭୂସମ୍ପତ୍ତି ଜବରଦଖଲ ଉଚ୍ଛେଦ ପାଇଁ ଦାବି

youtube

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ଭୂସମ୍ପତ୍ତି ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିବା ପାଇଁ ସୁଶାନ୍ତ କୁମାର ସାହୁ, ପ୍ରତାପ କୁମାର ଦାସ, ତପନ କୁମାର ସାମନ୍ତରାୟ, ସନ୍ତୋଷ କୁମାର ପ୍ରଧାନ ସମେତ ୨୦ ଜଣ ରୁ ଉର୍ଦ୍ଧ୍ବ ଅଭିଯୋଗକାରୀ ମନ୍ଦିର ପରିଚାଳକଙ୍କ ଜରିଆରେ ନୟାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହାର ନକଲ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ, ପୁରୀ ସାଂସଦ, ନୟାଗଡ଼ ବିଧାୟକ, ଦେବୋତ୍ତର କମିଶନର, ନୟାଗଡ଼ ଜିଲ୍ଲାପାଳ, ନୟାଗଡ଼ ଆରକ୍ଷୀ ଅଧିକ୍ଷକ, ଓଡ଼ଗାଁ ତହସିଲଦାର, ବ୍ଲକ ଅଧ୍ୟକ୍ଷ, ଓଡ଼ଗାଁ ଏନଏସି ନିର୍ବାହୀ ଅଧିକାରୀ, ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି ।ଏକ ସପ୍ତାହ ମଧ୍ୟରେ ଜବରଦଖଲକାରୀ ଙ୍କୁ ଉଚ୍ଛେଦ କରାନଗଲେ ଓଡ଼ଗାଁ ସହରବାସୀ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ଶ୍ରୀ ରଘୁନାଥ ଜୀଉଙ୍କ ଭୂସମ୍ପତ୍ତି କୁ ଯେଉଁମାନେ ସେବା ସୂତ୍ରରେ ଦଖଲ କରିଥିଲେ ମାତ୍ର ମନ୍ଦିର କାର୍ଯ୍ୟରୁ ସେବା ନିବୃତ ଅଛନ୍ତି ସେମାନଙ୍କର ଦଖଲରେ ଥିବା ସମ୍ପତି ଉଚ୍ଛେଦ ପାଇଁ ଦାବି ହୋଇଛି ।ବିଶେଷ କରି ଅନୁସୂଚିତ ଜାତିର ଅନେକ ରଘୁନାଥ ଜୀଉଙ୍କ ସେବା ଛାଡ଼ିବା ପରେ ମଧ୍ୟ ରଘୁନାଥଙ୍କ ସମ୍ପତି ଉପଭୋଗ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟତଃ ଧର୍ମ ପରିବର୍ତନ କରି ଓଡ଼ଗାଁ ଅଞ୍ଚଳରେ ବିଭିନ୍ନ ଆଧ୍ୟାତ୍ମିକ ଯାତ୍ରା ବେଳେ ବିଘ୍ନ ଘଟାଉଛନ୍ତି ।ଓଡ଼ଗାଁ ମହୋତ୍ସବ ବେଳେ ଏବଂ ଗତ କିଛିଦିନ ତଳେ ଗଣେଶ ପୂଜା ଉପଲକ୍ଷେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ବିଶୃଙ୍ଖଳାକାରୀଙ୍କ ଖଣ୍ଡା ଚୋଟରେ ମୁଣ୍ଡରେ ଶକ୍ତ ଆଘାତ ପାଇ ଯୁବକ ଗୁରୁତର ହୋଇପଡିଥିଲେ । ଏହି ଘଟଣାକୁ ନେଇ ଓଡ଼ଗାଁ ରେ ଚର୍ଚ୍ଚା ଲାଗିଥିବା ବେଳେ ଘଟଣାର ସମାଧାନ ପାଇଁ ପ୍ରଶାସନ ତରଫରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଗେଲେ ଆଉ ଏକ ଅଭାବନୀୟ ପରିସ୍ଥିତି ଉପୁଜିବାକୁ ରୋକା ଯାଇପାରିବ ।

Leave A Reply

Your email address will not be published.