ଜଗା ଦର୍ଶନ କରିବା ଇଚ୍ଛା ଇଚ୍ଛାରେ ରହିଗଲା, ଅଧା ବାଟରେ ଚାଲିଗଲା ଜୀବନ

add-all

ଚିକିଟୀ : ଏହି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ପେଣ୍ଠ ରେ ଘଟିଛି ଏକ ଅଭାବନୀୟ ଘଟଣା। ସୂଚନା ପ୍ରକାରେ ଆଜି ପ୍ରାତଃ ଆଠଟା ବେଳେ ଚିକିଟୀ ପେଣ୍ଠ ବସ ଷ୍ଟାଣ୍ଡ ସାମ୍ନା ମୁଖ୍ୟ ରାସ୍ତାରେ ଏକ ସାର ବୋଝେଇ ଟ୍ରାକ୍ଟର ଧକ୍କା ରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ଜକର ଗ୍ରାମର ଅଙ୍ଗନବାଡ଼ି କର୍ମୀ ପଦ୍ମା ସେଠୀ (୪୭)ଦିଗପହଣ୍ଡି ବ୍ଲକରେ ଉଦ୍ୟାନ ବିଭାଗ କର୍ମଚାରୀ ଭାବେ କାର୍ଯ୍ୟରତ ପ୍ରଦୀପ ସେଠୀ (୫୫) ଉଭୟେ ସ୍ବାମୀ ସ୍ତ୍ରୀ ମିଶି ବଡ ଏକାଦଶୀ ତିଥିରେ ଜଗା ଦର୍ଶନ ପାଇଁ ଜକର ଗ୍ରାମରୁ ବାଇକ ଯୋଗେ ଚିକିଟୀ ଗଡ ଜଗନ୍ନାଥ ମନ୍ଦିର ଯିବା ବେଳେ ପେଣ୍ଠ ଠାରେ ଟ୍ରାକ୍ଟର ଧକ୍କା ଦେଇଥିଲା।

ଟ୍ରାକ୍ଟର ଧକ୍କା ପରେ ଉଭୟ ଦମ୍ପତି ଉଭୟ ଦିଗରେ ଛିଟିକି ପଡ଼ିଥିବା ବେଳେ ସ୍ତ୍ରୀ ଗାଡି ଚକା ତଳେ ପଡି ଯାଇଥିଲେ l ସ୍ଥାନୀୟ ଲୋକେ ଉଭୟଙ୍କୁ ଉଠାଇ ପ୍ରଥମେ ଚିକିଟୀ ମେଡିକାଲ କୁ ନେବା ପରେ ଡକ୍ଟର ପଦ୍ମା ସେଠୀ ଙ୍କୁ ମୃତ ଘୋଷଣା କରିଥିଲେ ଏବଂ ପ୍ରଦୀପ ସେଠୀ ଙ୍କ ଅବସ୍ଥା ଅତି ସଂକଟାପନ୍ନ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଇଥିଲେ।ପରେ ପରେ ଚିକିଟୀ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସାର ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଏକ ମାମଲା ରୁଜୁ କରି ମୃତ ଦେହକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଇଥିଲେ l

ad-week
Leave A Reply

Your email address will not be published.