କୋଟପାଡ଼ ବ୍ଲକ ପରିସରରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ

add-all

କୋଟପାଡ଼ : କୋଟପାଡ଼ ବ୍ଲକରେ ଜ଼ିଲ୍ଲା ସ୍ତରୀୟ ଜନ ଶୁଣାଣି ଓ ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି l କୋଟପାଡ଼ ବ୍ଲକର ସତରଟି ପଞ୍ଚାୟତ ଏବଂ କୋଟପାଡ଼ ଏନ. ଏ. ସି ରୁ 44 ଗୋଟି ବ୍ୟକ୍ତିଗତ ଏବଂ 23 ଟି ଗୋଷ୍ଠୀଗତ ଏହିପରି 63 ଅଭିଯୋଗ ପତ୍ର ଅଭିଯୋଗକାରୀଙ୍କ ଦ୍ୱାରା ଶିବିରରେ ଦାଖଲ କରାଯାଇଛି l


ଶିବିରରେ କୋରାପୁଟ ଏ.ଡି.ଏମ. ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ ଯୋଗଦେଇ ଅଭିଯୋଗ ସମ୍ବନ୍ଧୀୟ କାଗଜପତ୍ର ତଦାରଖ କରିବା ସହିତ ଜ଼ିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗର ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l କୋଟପାଡ଼ ପରିଷଦ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ଏବଂ ମନ୍ଦିର ନିକଟରେ ରହିଥିବା ମଦଦୋକାନକୁ ସ୍ଥାନାନ୍ତର କରିବାକୁ ମଧ୍ୟ ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ ବିଭିନ୍ନ ପଞ୍ଚାୟତର ବିଦ୍ୟାଳୟ ପାଚେରୀ, ବିଦ୍ୟାଳୟ ଗୃହ, ରାସ୍ତା ଘାଟର ସମସ୍ୟା ବିଷୟରେ ଅଭିଯୋଗ ହୋଇଥିବା ସୂତ୍ରରୁ ପ୍ରକାଶ l ମୁଖ୍ୟତଃ କୋଟପାଡ଼ ଅଞ୍ଚଳରେ ୟୁରିଆ ଏବଂ ଅନ୍ୟାନ୍ୟ ସାରର ବହୁ ଅଭାବ ରହିଥିବା ଏବଂ ଚିତ୍ରା ପଞ୍ଚାୟତର ଚାଷୀଙ୍କୁ ସାର ମିଳୁ ନ ଥିବା ଅଭିଯୋଗ ହୋଇଥିଲା l ଅଭିଯୋଗ ପରେ ଲ୍ୟାମ୍ପ ଏମ. ଡି. ଚିତ୍ରା ପଞ୍ଚାୟତର ଚାଷୀଙ୍କୁ ସଙ୍ଗେସଙ୍ଗେ ସାର ପ୍ରଦାନ କରିଥିବାକୁ ନେଇ ସୂଚନା ପ୍ରାପ୍ତ ହୋଇଛି l
ଶିବିରରେ ଶ୍ରୀ ଦଳେଇଙ୍କ ସମେତ ଶିବିରରେ ଜ଼ିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିବା ବେଳେ କୋଟପାଡ଼ ବି. ଡି. ଓ. ସନ୍ଧ୍ୟା ସମରଥ, ବ୍ଲକ ଅଧ୍ୟକ୍ଷା କମଳା ଭତ୍ରା, ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି, ପଞ୍ଚାୟତ ଅଧିକାରୀଙ୍କ ସମେତ କୋଟପାଡ଼ ପରିଷଦ ଅଧ୍ୟକ୍ଷ ଏମ. ଶଙ୍କର ରାଓ ଓ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ l

ad-week
Leave A Reply

Your email address will not be published.