କୁକୁଡାଖଣ୍ଡି ବ୍ଲକର ଜଗଦଳପୁର ପଞ୍ଚାୟତରେ ଆଦର୍ଶ ଶ୍ମସାନକୁ ରାସ୍ତା ନାହିଁ ମଦ ଦୋକାନ କୁ ଫେବର ରୋଡ଼……!

ଧନ୍ୟ ତୁମେ ପ୍ରଶାସନ…

Independence


ସରପଞ୍ଚ ବାବୁଙ୍କ ମଦ ଦୋକାନୀ ଙ୍କୁ ଏତେ ଅନୁକମ୍ପା କାହିଁକି….?
ବ୍ରହ୍ମପୁର: ସରକାର ଓ ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ ବିଭିନ୍ନ ବ୍ଲକରେ ଅଜବ ନୀତି ଦେଖିବାକୁ ମିଳୁଛି। ତାହାର ନଗ୍ନ ନମୁନା ଏବେ କୁକୁଡାଖଣ୍ଡି ବ୍ଲକର ଜଗଦଳପୁର ପଞ୍ଚାୟତରେ ଥିବା ଆଦର୍ଶ ଶ୍ମସାନକୁ ଯିବାକୁ ରାସ୍ତା ନାହିଁ। ନିକଟରେ ଥିବା ମଦ ଦୋକାନକୁ ଯିବା ପାଇଁ ରାସ୍ତା ଟି ଫେବର ରାସ୍ତା ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। ଥରେ ଲୋକଙ୍କ ଆଶୀର୍ବାଦରୁ ଭୋଟ ପାଇ ନିର୍ବାଚିତ ହେବା ପରେ ସାମୁହିକ ସ୍ୱାର୍ଥ କୁ ଭୁଲିଯାଇ ନିର୍ବାଚିତ ପ୍ରତିନିଧି ମାନେ ସେମାନଙ୍କ ସମର୍ଥକ କିମ୍ବା କିଛି ଅର୍ଥ ପାଇଁ ନିଜର କର୍ତ୍ତବ୍ୟ ଭୁଲିଯାନ୍ତି।ଲୋକଙ୍କ ସ୍ୱାର୍ଥକୁ ବାଦ ଦେଇ ଏକ ମଦ ଦୋକାନ କୁ ଯିବା ପାଇଁ ଫେବର ରୋଡ଼ କରି ନିର୍ବାଚିତ ପ୍ରତିନିଧି ଅନୁକମ୍ପା ଦେଖାଇ ନିନ୍ଦିତର ପାତ୍ର ହୋଇଥିବା ଆଲୋଚନା ହେଉଛି। ଗତ ସରକାର ସମୟରେ ଆଦର୍ଶ ଶ୍ମସାନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସିଥିଲା। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଶ୍ମସାନକୁ ଯିବାକୁ ରାସ୍ତା ନଥିବା ବେଳେ ମଦ ଦୋକାନ ପାଇଁ ଫେବର ରୋଡ଼ ନିର୍ମାଣ କରାଯାଇଛି। ଯାହାକୁ ନେଇ ଅସନ୍ତୋଷ ଦାନା ବାନ୍ଧିଲାଣି l ବର୍ତ୍ତମାନ କୁକୁଡାଖଣ୍ଡି ବ୍ଲକ ଏବଂ ତହସିଲ ଦୁର୍ନୀତି ରେ ଉବୁଟୁବୁ ବୋଲି ବାଟରୁ ଯାଇ ହାଟରେ ଗଡୁଛି l ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l ନଚେତ ଆଗାମୀ ଦିନରେ ଲୋକେ ରାଜ ରାସ୍ତାକୁ ଆସି ଦୁର୍ନୀତି ବିରୋଧ ରେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି l

ସନ୍ତୋଷ ପାତ୍ର ଙ୍କ ରିପୋର୍ଟ ନିଃସର୍ତ୍ତ ନିୟୁଜ

ad-week
Leave A Reply

Your email address will not be published.