
ଭୁବନେଶ୍ବର: ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଲଗାଇଲେ ସରକାର । ଏବେ ଆଉ ନଦୀ କିମ୍ବା ଜଳାଶୟ ବା ଜଳଭଣ୍ଡାର ଭିତରେ ମନ ଇଛା ପାଇପ ଲାଇନ ବିଛାଇ ପାରିବେନି କୌଣସି ସଂସ୍ଥା । ଏନେଇ ଆଜି ନୂଆ ମାର୍ଗଦର୍ଶିକା ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ ।
ଯଦି କୌଣସି ସଂସ୍ଥା ନଦୀ କିମ୍ବା ଜଳ ଭଣ୍ଡାର ଭିତରେ ପାଇପ ଲାଇନ ବିଛାନ୍ତି ଏଥିପାଇଁ ସେମାନେ ୱାଟର୍ ବଡି କ୍ରସିଂ ଅନୁମତି ପତ୍ର ଦେବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହାପରେ ଯାଇ ସମ୍ପୃକ୍ତ ସଂସ୍ଥାକୁ ଜଳ ସମ୍ପଦ ବିଭାଗ ଅନୁମତି ଦେବ ।
ପାଇପ୍ ଲାଇନ୍ କରିଡର୍ ପାଇଁ ROW ଅନୁମତି ପାଇଁ ଜାରି ହୋଇଛି SOP । ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି, ଆବେଦକ ସଂସ୍ଥା ଯଥା ଶିଳ୍ପ, ସରକାରୀ ସଂଗଠନ ଏବଂ ପୌର ସଂସ୍ଥା ଇଞ୍ଜିନିୟର-ଇନ୍-ଚିଫ୍, ଡବ୍ଲ୍ୟୁଆରଙ୍କ ନିକଟରେ ଆରଓଡବ୍ଲ୍ୟୁ ଅନୁମତି ପାଇଁ ଆବେଦନ କରିବେ । ବିଭାଗୀୟ ଅଧିକାରୀ ପ୍ରସ୍ତାବଟି ଯାଞ୍ଚ କରିବା ସହ କ୍ଷେତ୍ର ପରିଦର୍ଶନ କରିବେ । ରାସ୍ତାରେ DoWR ସମ୍ପତ୍ତି ସମେତ ସମସ୍ତ ଜଳଭଣ୍ଡାର କ୍ରସିଂ ଯାଞ୍ଚ କରାଯିବ ।
ଆଲାଇନମେଣ୍ଟ ଡିଓଡବ୍ଲ୍ୟୁଆର୍ ଜମିର ଶେଷ ଭାଗରେ ହେବା ଉଚିତ ଏବଂ ଭବିଷ୍ୟତରେ ବନ୍ଧ ସେକ୍ସନର ପ୍ରଶସ୍ତୀକରଣ/ପରିବର୍ତ୍ତନ ଇତ୍ୟାଦିର ଯତ୍ନ ନେବେ । ଉପରୋକ୍ତ ଅନୁମତି ପାଇଁ ସମୟସୀମା ୪୫ ଦିନ ରହିଛି ।