ନବରଙ୍ଗପୁର ସହରାଞ୍ଚଳ ବିକାଶ ଓ ସ୍ୱଚ୍ଛତା ପାଇଁ ନବରଙ୍ଗପୁର ବିଧାୟକ ଏବଂ ଜିଲ୍ଲାପାଳଙ୍କ ପରିଦର୍ଶନ

add-all

ନବରଙ୍ଗପୁର : ଆଜି ସକାଳ ୭.୩୦ ମି଼ ସମୟରେ ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ନବରଙ୍ଗପୁର ପୌରାଞ୍ଚଳର ସ୍ୱଚ୍ଛତା,ସାହି ରାସ୍ତା,ନାଳ ନିର୍ମାଣ,ରାସ୍ତା ଓସାର,ରିଙ୍ଗ ରୋଡ ଓସାର, ମାଝୀଗୁଡ଼ା ଓ, ସୁବାସ ବୋଷ ଚୌକ, ଚଉଁରିଆଗୁଡା ଟ୍ରାଫିକ ଜଙ୍କସନ,ଅତିରିକ୍ତ ସର୍କିଟ ହାଉସ ନିର୍ମାଣ, ଆମିଷ ବଜାର ର ନିର୍ମାଣ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସଂପତ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହନିର୍ମାଣ କେ କନ୍ଧପାନି, ଅଧିକ୍ଷଣ ଯନ୍ତ୍ରୀ ଟି ପି ଏସ ଓ ଡି ଏଲ ସିବେଶ ରାମ ସାହୁ , କାଉନସିଲର ସଦସ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ ପ୍ରମୁଖ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.