ହିସାବ ଛିଣ୍ଡିଲେ ବାଲିଘାଟ ଚାଲିବ : ଘାଟକୁ ନେଇ ମନ୍ତ୍ରୀ ଓ ବିଧାୟକ ଘରେ ମାଫିଆ ମାନଙ୍କ ଘନଘନ ବୈଠକ….!

Independence


ଗଞ୍ଜାମ ଜିଲ୍ଲାରେ ବାଲି ଘାଟ କୁ ନେଇ ଛକା ପଞ୍ଝା ଲାଗି ରହିଛି ମୁଣ୍ଡ ଗଡ଼ିବା କୁ ନେଇ ସମ୍ଭାବନା…!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗତ ଏକ ମାସ ହେଲା ଅଧିକାଂଶ ବାଲି ଘାଟ ବନ୍ଦ ରହିଛି।ବାଲି ଘାଟ ବନ୍ଦ ଥିଲେବି ପାହାଡ଼ ପାହାଡ଼ ଭଳି ବାଲିକୁ ଖୋଲା ସ୍ଥାନରେ ମହଜୁଦ କରି ରଖା ଯାଇଥିଲା। ମାଫିଆ ମାନେ ମହଜୁଦ ଥିବା ବାଲିକୁ ଚଢ଼ା ଦରରେ ବିକ୍ରି ସରିଛି। ବର୍ତ୍ତମାନ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନଙ୍କ ଗୃହ ଓ ଗୁପ୍ତ ସ୍ଥାନ ମାନଙ୍କ ରେ ଘନ ଘନ ବୈଠକ ବସୁଥିବା ଆଲୋଚନା ହେଉଛି। ଏରିଆ ବଣ୍ଟନ ସାଙ୍ଗକୁ ଲେଖା ଛିଣ୍ଡେଇବା ପାଇଁ ନେତାଙ୍କ ଚେଲା ଚାମୁଣ୍ଡା ମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ବାଲି ଚାଲାଣ କୁ ନେଇ ଯେଉଁ ଭଳି ଛକା ପଞ୍ଝା ଲାଗିରହିଛି। କେଉଁ ମୁହୂର୍ତ୍ତରେ ମୁଣ୍ଡ ଗଡ଼ିବ କିଏ ଅଵା କହିବ। ଆଗକୁ ଦଶହରା ସବୁ ବିଭାଗକୁ ଖୁଷ କରିବାକୁ ହେବ ତାହାକୁ ନେଇ ସ୍ଥାନୀୟ ନେତାଙ୍କ ସିଂହଭାଗ ସାଙ୍ଗକୁ ବାବୁ ମାନଙ୍କ ଡିମାଇଣ୍ଡ ଅନୁଯାଇ କାହାକୁ କେତେ ଦିଆହେବ ତାହାକୁ ନେଇ ହିସାବ ନିକାଶ ଚାଲିଥିବା ଚର୍ଚ୍ଚା ହେଲାଣି। ବର୍ତ୍ତମାନ ଧରପଗଡ଼ ଯେତେ ହେବ ବାବ ମାନଙ୍କ ପାୱାର ସେତେ ବଢ଼ିବା ସହ ଲେଖା ଅଧିକ ଛିଣ୍ଡିବ ବୋଲି ଆଲୋଚନା ହେଲାଣି। ଦେଖା ଯାଉ ପ୍ରଶାସନ କଣ ପଦକ୍ଷେପ ନେଉଛି l ତଳ ଦିନେ ପୁରୁଷୋତ୍ତମପୁର ଅଞ୍ଚଳ ରୁ ଅନେକ ଗାଡିକୁ ପ୍ରଶାସନ ଚଢ଼ାଉ କରି ଜବତ କରିଥିଲା l କିନ୍ତୁ ପରବର୍ତ୍ତୀ ସମୟରେ ସବୁ କିଛି ବଦଳି ଗଲା l ପ୍ରଶାସନ ଚଢ଼ାଉ କରି କିଛି ଲାଭ ନାହିଁ କାରଣ ପ୍ରଶାସନ ଖଟିବେ କିନ୍ତୁ ଲାଭ ପାଇବେ ନେତା ତେଣୁ ପ୍ରଶାସନ ର ମନବଳ ବି ଦିନକୁ ଦିନ ଭାଙ୍ଗି ଗଲାଣି l ତଳ ଦିନେ ଆସିକା ବିଧାୟକ ଙ୍କ ବଟି ମାଗିବା ଘଟଣା ସାରା ରାଜ୍ୟରେ ସେ ଅଡିଓ ଭାଇରଲ ବି ହୋଇଥିଲା ଏବଂ ତଦନ୍ତ ନାଲି ଫିତା ତଳେ ଦାବୀ ଦିଆ ଗଲା l ପ୍ରଶାସନ ସିଂଘ ଧରୁଛି କ୍ଷୀର ପିଉଛନ୍ତି ନେତା l ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l ନଚେତ ଜିଲ୍ଲା ରେ ଆଇନ ଶୃଙ୍ଖଳା ବିଗିଡ଼ିବା ସ୍ୱାଭାବିକ l ଏହି ବାଲି ଏବଂ ମଦ ପାଇଁ ଆଗାମୀ ଦିନରେ କେତେଯେ ମୁଣ୍ଡ ଗଡିବ ତାହା ସମୟ କହିବ l

ad-week
Leave A Reply

Your email address will not be published.