ଓଡିଶା ରାଜ୍ୟପାଳଙ୍କ ସଚିବଙ୍କ କୋଟପାଡ଼ ଗସ୍ତ…

add-all

କୋଟପାଡ଼ : 09/09/25- ଓଡିଶା ରାଜ୍ୟପାଳଙ୍କ କୋରାପୁଟ ଗସ୍ତ ସମୟରେ ରାଜ୍ୟପାଳଙ୍କ ସଚିବ ଶ୍ରୀମତୀ ରୁପା ରୋଶନ ସାହୁ କୋଟପାଡ଼ ଗସ୍ତରେ ପହଁଞ୍ଚିଥିଲେ l
କୋଟପାଡ଼ ବ୍ଲକ ଅଧୀନ ଏସ.ବି. ନୂଆଗାଁ ଅନ୍ତର୍ଗତ ଡଙ୍ଗରୀଗୁଡା ଗ୍ରାମର ବୁଣାକାର ମାନଙ୍କ ସହିତ ସେମାନଙ୍କ ସମସ୍ୟା ଏବଂ ଅନେକ ଗୁରୁତ୍ୱପୁର୍ଣ ବିଷୟରେ ଅବଗତ ହୋଇ ସମବାୟ ତନ୍ତବାୟ ସମିତି, ବୁଣାକାର ଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିଛନ୍ତି, ଅନ୍ୟ ପକ୍ଷରେ ବୁଣାକାର ପରିବାରଙ୍କ ଗୃହକୁ ପହଂଚି ବୁଣାକାର୍ଯ୍ୟ ବିଷୟରେ ବୁଝିଥିଲେ ଏବଂ କୋରାପୁଟ ଏ. ଡି. ଟି.ଙ୍କୁ

ଅତ୍ୟାଧୁନିକ ଲୁମ ଯୋଗାଇ ଦେବାକୁ କହିଛନ୍ତି l ସେଠାକାର ବୁଣାକାର ମାନଙ୍କୁ ବିଭିନ୍ନ ପ୍ରକାର ପୋଷାକ ତିଆରି କରିବାକୁ, (ଯେମିତି କୋଟପାଡ଼ର ବୁଣାକାର ମାନେ ଶାଡି, ଡ୍ରେସ ଇତ୍ୟାଦି ବିଭିନ୍ନ ପ୍ରକାଶ ନିଜ ଶୈଳୀରେ ପୋଷାକ ତିଆରି କରୁଛନ୍ତି, ସେହିପରି ବିଭିନ୍ନ ଡିଜାଇନ ସହିତ ପୋଷାକ ତିଆରି କରିବାକୁ ପ୍ରବର୍ତ୍ତlଇଛନ୍ତି l ସଚିବଙ୍କ ଗସ୍ତ ସମୟରେ କୋଟପାଡ଼ ବି. ଡି. ଓ. ସନ୍ଧ୍ୟା ସମରଥ, ଓ. ଏଲ. ଏମ., ଜି. ଡି. ପି. ଓ.ଏବଂ ପଞ୍ଚାୟତ ଅଧିକାରୀ ଉପସ୍ଥିତ ରହିଥିଲେ l

ad-week
Leave A Reply

Your email address will not be published.