
ବିରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷଣଗଡ଼ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉପ-ସହକାରୀ ପ୍ରବନ୍ଧକ ଶ୍ରୀଯୁକ୍ତ ଦେବେନ୍ଦ୍ର ଅମାତ ଯୋଗଦେଇ ବୃକ୍ଷରୋପଣ କରିଥିଲେ।
ଏହି ଅବସରରେ ଆମ୍ବ ଗଛ ଏବଂ ବିଭିନ୍ନ ଫଳ ଦେଉଥିବା ବୃକ୍ଷର ଚାରା ରୋପଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଭୀଷଣ ତନ୍ତି, ବରିଷ୍ଠ ଶିକ୍ଷୟିତ୍ରୀ ସୁଶ୍ରୀ ରୋଜାଲିନ ଗୁଡ଼ିଆ, ବାମଚରଣ ସା, ପ୍ରଫୁଲ୍ଲ ମିଶ୍ର ଏବଂ ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।