ନୟାଗଡ଼ ରୋଟାରୀ କ୍ଲବରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ…

Independence


ନୟାଗଡ଼ : ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ରୋଟାରିଆନ୍ ବସିରନ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗ ଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁ ମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ଚିତ୍ତରଂଜନ ପାଣ୍ଡେ ଯୋଗ ଦେଇ ଶିକ୍ଷକ ମାନେ ହେଉଛନ୍ତି ଛାତ୍ରଛାତ୍ରୀ ମାନଙ୍କର ଦ୍ବିତୀୟ ଅଭିଭାବକ। ଅନ୍ଯ ପେଶାର ମଣିଷଟିଏ ଭୁଲ୍ କଲେ ଚଳିବ କିନ୍ତୁ ଜଣେ ଶିକ୍ଷକ ଭୁଲ୍ କଲେ ଚଳିବନି। କାରଣ ଶିକ୍ଷକ ଭୁଲ୍ କଲେ ଗୋଟିଏ ସମାଜ କ୍ଷତିଗ୍ରସ୍ତ ହେବ।ଏଣୁ ଶିକ୍ଷକ ଜାତି ସ୍ବାଭିମାନୀ ହେବା ଆବଶ୍ଯକ ଏବଂ ସଚ୍ଚୋଟ ତଥା ନିଷ୍ଠାପର ଭାବେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍ ବୋଲି କହିଥିଲେ।ଏବଂ ନେଶନ ବିଲ୍ଡର ଆଓ୍ବାର୍ଡ ଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ରୋଟାରୀ କ୍ଳବ୍ ଆୟୋଜନ କରିଥିବାରୁ କ୍ଳବ୍ ର ସଦସ୍ଯ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଶିକ୍ଷକ ମାନେ ଦେଶ ଜାତିପ୍ରତି ସମର୍ପିତ ହୋଇ କାମ କରିବାକୁ ସମ୍ବର୍ଦ୍ଧିତ ହେଉଥିବା ଶିକ୍ଷକ ମାନଙ୍କୁ ଆହ୍ବାନ ଦେଇଥିଲେ। ରୋଟାରୀ କ୍ଳବ୍ ର ସଦସ୍ଯ ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ କ୍ଳବ୍ ର ଲିଟେର୍ସି କମିଟିର ଅଧ୍ଯକ୍ଷ ଶ୍ରୀକୁମର ରଥ ସଭାରେ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ।ଚଳିତ ବର୍ଷ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଚୟନ ହୋଇଥିବା ଆଠଟି ବ୍ଳକର ୦୮ ଜଣ ଆଦର୍ଶ ଶିକ୍ଷକ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ନୟାଗଡ଼ ବ୍ଳକର ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ମାର୍ଥା, ଓଡଗାଁ ବ୍ଳକର ଶ୍ରୀମତୀ ଦମୟନ୍ତୀ ପତ୍ର ,ନୁଆଗାଁ ବ୍ଳକର ଶ୍ରୀଯୁକ୍ତ ନିରଞ୍ଜନ ଦାସ ,ଦଶପଲ୍ଲା ବ୍ଳକର ଶ୍ରୀମତୀ ସସ୍ମିତା ମହାପାତ୍ର, ଗଣିଆ ବ୍ଳକର ଶ୍ରୀଯୁକ୍ତ ଭୋଳେଶ୍ୱର ସାହୁ , ଖଣ୍ଡପଡ଼ା ବ୍ଳକର ଶ୍ରୀଯୁକ୍ତ ସୁନୀତା ସାହୁ, ଭାପୁର ବ୍ଳକର ଶ୍ରୀମତୀ ସବିତା ମହାପାତ୍ର, ରଣପୁର ବ୍ଳକର ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମାଝୀଙ୍କୁ ଚଳିତ ବର୍ଷର ନେସନ ବିଲ୍ଡର ଆଓ୍ବାର୍ଡ ଦିଆଯାଇଥିଲା ବେଳେ ମୁଖ୍ଯ ମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଣୀ ଗୀତାଞ୍ଜଳି ସାହୁଙ୍କୁ କ୍ଳବ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ରୋଟାରିଆନ୍ ପ୍ରବୀର କୁମାର ପ୍ରୁଷ୍ଟି ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କ୍ଳବ୍ ର ସଦସ୍ଯ ରୋଟାରିଆନ୍ ଲକ୍ଷ୍ମୀନାରାୟଣ ରଥ, ମଦନ ମୋହନ ମହାପାତ୍ର,ଗୋଦାବରୀଶ ସାହୁ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରଂଜନ ନାୟକ, ଶ୍ରୀଧର ସାହୁ, ବାସୁଦେବ ସାହୁ,ଦିଲ୍ଲୀପ କୁମାର ମିଶ୍ର,ଦେବାଶିଷ ପଟ୍ଟନାୟକ,ଜି. ରଶ୍ମିରାଜ, ଦିପେଶ ରଞ୍ଜନ ସାହୁ,ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ପ୍ରାକ୍ତନ ସଭାପତି ଶ୍ରୀକାନ୍ତ ଖଟେଇ ଯୋଗ ଦେଇଥିଲେ । କ୍ଲବର ସମ୍ପାଦକ ଅବିନାଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.