ଅବକାରୀ ଥାନା ମଧ୍ୟରେ ଗୁଣ୍ଡାଗିରି କରିବା ପଡ଼ିଲା ମହଙ୍ଗା…

youtube


୨ ଅଭିଯୁକ୍ତକୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୁଲିସ
ବ୍ରହ୍ମପୁର : ଗତ ୮ ତାରିଖରେ ଅବକାରୀ ପୁଲିସ ପକ୍ଷରୁ ବେଆଇନ ମଦ ଚାଲାଣ ବେଳେ ଅବକାରୀ ପୁଲିସ ପକ୍ଷରୁ ଜଣକୁ କବୁ କରାଯିବା ସହ ତାଠାରୁ ୫ଟି କାର୍ଟୁନ ମଦ ସହ ଏକ ସ୍କୁଟିକୁ ଜବତ କରିଥିଲେ । ଏସଂକ୍ରାନ୍ତରେ ଅବକାରୀ ପୁଲିସ ଆଙ୍କୁଲି ପ୍ରଧାନ ସାହିର ସନ୍ତୋଷ ମଣ୍ଡଳକୁ ଅଟକ ରଖିଥିଲା । ତେବେ ସନ୍ତୋଷ ଏହି ମଦ ଗୋପାଳପୁର ଜଙ୍କସନଠାରେ ଥିବା ନାରାୟଣ ସାହୁ ବିଦେଶ ମଦ ଦୋକାନକୁ ଆଣିଥିବା ସ୍ପୀକାର କରିଥିଲା ସନ୍ତୋଷ । କିଛି ସମୟ ପରେ ନାରାୟଣ ସାହୁ ଏବଂ ତାଙ୍କ ବଡ଼ଭାଇ ତୁଫାନ ସାହୁ, ପୁତୁରା ସାଗର ସାହୁ ଏବଂ ଜିତୁ ନାମକ ଜଣେ ଯୁବକ ଅବକାରୀ ଥାନା ଭିତରକୁ ପଶି ଅବକାରୀ ଅଧିକାରୀ ବଳରାମ ବେହେରାଙ୍କ ୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଅଫିସ ମଧ୍ୟରେ ଥିବା ଚୌକି ଭାଙ୍ଗି ଦେଇଥିଲେ । ଏବଂ ଜୋର ଜବରଦସ୍ତ ଅଟକ ଥିବା ସନ୍ତୋଷ ମଣ୍ଡଳ ଏବଂ ଜବତ ହୋଇଥିବା ମଦକୁ ନେବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଉପସ୍ଥିତ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହାକୁ ବିରୋଧ କରିବା ପରେ ନାରାୟଣ ସାହୁ ଏବଂ ଅନ୍ୟମାନେ ଗାଳିଗୁଲଜ କରିବା ସହ ଜୀବନରେ ମାରିବା ପାଇଁ ଉଦ୍ୟମ କରିଥିଲେ । ଏକ ଲୁହା ରୋଡ଼ରେ ଅବକାରୀ ଅଧିକାରୀ ବଳରାମ ବେହେରାଙ୍କୁ ଆକ୍ରମଣ କରିଥିଲେ । ଏହା ସହିତ ଅବକାରୀ ଥାନା ଅଧିକାରୀ ମନିସା ଭଳ ଓ ଏସ୍ଆଇ ସସ୍ମିତା ମଲ୍ଲିକକୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୨ଜଣକୁ ଗିରଫ କରିଛି । ଆଙ୍କୁଲି ସୁଣ୍ଢି ସାହିର ତୁଫାନ ସାହୁ ଓ ସାଗର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସ୍ପି ଡ଼ା.ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.