
ମାଲକାନଗିରି କାଲିମେଳା,୧୧|୯ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତୁମକିମାଡକା ଗ୍ରାମରେ ଜଣେ ୪ ମାସର ଶିଶୁ କନ୍ୟା ଟୀକା ନେବାରୁ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅପର ପକ୍ଷରେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦିନବନ୍ଧୁ ମହାନନ୍ଦ । ସୂଚନା ଅନୁଯାଇ ତୁମକିମାଡକା ଗ୍ରାମର ଦେବା ମାଡକାମୀଙ୍କ ୪ ମାସର ଝିଅ କୁ ଗତ ଦୁଇଦିନ ପୂର୍ବେ ଉକ୍ତ ଗ୍ରାମରେ ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା ପେଣ୍ଟା ନାମକ ଏକ ଭେକ୍ସିନ ତଥା ଟୀକା ପ୍ରଦାନ କରଯାଇଥିଲା । ତେବେ ଏହା ପରେ ଉକ୍ତ ଶିଶୁ କନ୍ୟା ର ଶରୀର ହଟାତ୍ ଅସୁସ୍ଥ ହୋଇ ପଡ଼ିଥିବା ସହ ଶିଶୁ କନ୍ୟାଙ୍କୁ ପ୍ରବଳ ଜ୍ଵର ହୋଇଥିବାରୁ ପରିବାର ଲୋକେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିଲେ ତେବେ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚିବା ପୂର୍ବରୁ ଶିଶୁ କନ୍ୟାଟୀର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଟୀକା ଯୋଗୁ ଶିଶୁ କନ୍ୟା ର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଝିଅଟିର ଶରୀର ଅସୁସ୍ଥ ଥିବାରୁ ତାକୁ ଟୀକା ଦେବା ପାଇଁ ପରିବାର ଲୋକେ ମନା କରିଥିଲେ ମଧ୍ୟ କିଛି ଅସୁବିଧା ହେବନାହି କହି ସ୍ବାସ୍ଥ୍ୟ କର୍ମୀ ଟୀକା ଦେଇଥିଲେ । ତେବେ ଟୀକା ଦେବା କାରଣରୁ ଝିଅର ଶରୀର ଅଧିକ ଅସୁସ୍ଥ ହୋଇ ସେ ମୃତ୍ୟୁ ବରଣ କରିଥିବା ବାପା ଦେବା ମାଡକାମୀ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ଆମେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ମହାନନ୍ଦଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ଝିଅଟିର ଶରୀର ପୂର୍ବରୁ ଅସୁସ୍ଥ ଥିବାବେଳେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ ତାଙ୍କୁ ମେଡିକାଲ ନେବାପାଇଁ ପରାମର୍ଶ ଦେଇଥିଲେ । ତେବେ ଟୀକା ଦେବା ପୂର୍ବରୁ ଶିଶୁ କନ୍ୟା ର ଶରୀର ସୁସ୍ଥ ଥିବାରୁ ତାକୁ ଟୀକା ଦିଆଯାଇଥିଲା । କିନ୍ତୁ କୌଣସି ଏକ କାରଣରୁ ଝିଅର ଦେହ ଅସୁସ୍ଥ ହୋଇ ମେଡିକାଲ ଆସିବା ବାଟରେ ମୃତ୍ୟୁ ବରଣ କରିଥିଲା । ତେବେ ଟୀକା ଦେବା କାରଣରୁ ଝିଅର ମୃତ୍ୟୁ ହୋଇନାହିଁ ବୋଲି ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି ।