ରାଜ ସୁନାଖଳାକୁ ଏନ.ଏ.ସି ମାନ୍ୟତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Independence

ନୟାଗଡ଼,୧୦/୯(ନିସର୍ତ ନ୍ୟୁଜ୍): ନୟାଗଡ଼ ଜିଲ୍ଲା, ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତକୁ ଏନ.ଏ.ସି ମାନ୍ୟତା ପାଇଁ ଏକ ଜରୁରୀ ବୈଠକ ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ଆବାହକତ୍ୱରେ ରାଜସୁନାଖଳା ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ରାଜ ସୁନାଖଳା ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ତଥା ବରିଷ୍ଠ ନାଗରିକ ସଂଘ ସଭାପତି ସର୍ବେଶ୍ଵର ସାହୁ , ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଶିଶିର କୁମାର ସାହୁ , ଶିକ୍ଷାବିତ୍ ସଦାନନ୍ଦ ସାହୁ , ଅଧ୍ୟାପକ ରବୀନ୍ଦ୍ର କୁମାର ମହାପାତ୍ର , ସମିତିସଭ୍ୟ ତପନ କୁମାର ପ୍ରଧାନ ଓ ବିଜେପିର ମଣ୍ଡଳ ସଭାପତି ଜୟନ୍ତ କୁମାର ନାୟକ (ପାଗୁଲୁ) ଆଦି ଏହି ସଭାରେ ଉପସ୍ଥିତ ରହି ରାଜ ସୁନାଖଳାକୁ ଏନ.ଏ.ସି ମାନ୍ୟତା କିପରି ମିଳିବ ସେ ସମ୍ଵନ୍ଧରେ ଅତିଥି ମାନେ ନିଜ ନିଜ ମତ ରଖିଥିଲେ । ଶିଳ୍ପପତି ସର୍ବେଶ୍ୱର ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ପ୍ରାୟ ଏନ.ଏ.ସି ପାଇଁ ସମସ୍ତ କାଗଜ ପତ୍ର ସରକାରୀ ସ୍ତରରେ ସରିଯାଇଛି , କେବଳ ଆଉ କିଛି କାଗଜ ପତ୍ର ବାକି ଅଛି ଖୁବ ଶୀଘ୍ର ଏନ.ଏ.ସି ମାନ୍ୟତା ପାଇବ । ଯୁବ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ଓ ବିଜେପି ମଣ୍ଡଳ ସଭାପତି ନିଜର ବକ୍ତବ୍ୟରେ କହିଥିଲେ ଆମ ମାନନୀୟା ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ ଆମକୁ ପ୍ରତିଶୃତି ଦେଇଛନ୍ତି ଖୁବ୍ ଶୀଘ୍ର ଓଡ଼ିଶା ସରକାର ରାଜ ସୁନାଖଳାକୁ ଏନ.ଏ.ସି ମାନ୍ୟତା ପ୍ରଦାନ୍ କରିବେ । ରାଜ ସୁନାଖଳାର ଏକ ମାତ୍ର ପର୍ଯ୍ୟଟନ ସ୍ଥଳି କୋଟଗଡ଼ ଗ୍ରାମ ନିକଟସ୍ଥ ଅନନ୍ତ ଗୁମ୍ଫା ଆଶ୍ରମକୁ ସରକାର ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବାପାଇଁ ପ୍ରତିଶୃତି ଦେଇ ଅର୍ଥ ବରାଦ କରିଥିବା ସଭାରେ ସରପଞ୍ଚ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ad-week
Leave A Reply

Your email address will not be published.