ରାୟଗଡା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ କାଉନସିଲର ଙ୍କ ଅନାସ୍ଥା ପ୍ରସ୍ତାବ….

youtube

ରାୟଗଡା : ପ୍ରାୟ ୩ ବର୍ଷ ହେଲା ରାୟଗଡା ପୌରସଂସ୍ଥାର ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡା ପୌରସଂସ୍ଥାର କାଉନସିଲର ମାନଙ୍କ ମତକୁ ଅଣଦେଖା ସହ ହେଗ୍ୟାନ କରିବା , ନିଜ ସ୍ୱାର୍ଥ ପାଇଁ ପଦବୀରେ ଅପବ୍ୟବହାର କରିବା ଆଦି ଦୀର୍ଘ ତିନି ବର୍ଷ ଧରି ଅଭିଯୋଗ କରିଆସୁଥିବା ପୌରସଂସ୍ଥାର କାଉନସିଲର ମାନଙ୍କ ଠାରୁ ଶୁଣାଯାଇଥିଲା ତାର ଆଜି ଅନ୍ତ ଘଟିଥିବା ଦେଖିବାକୁ ମିଳିଛି । ଆଜି ତାଙ୍କ ବିରୋଧରେ କାଉନସିଲର ମାନେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଜଣାପଡିଛି । ଏନେଇ ଆଜି ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣି ରାୟଗଡ଼ା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦେଇଛନ୍ତି । ରାୟଗଡା ପୌରସଂସ୍ଥା ୨୪ ଜଣ କାଉନସିଲର ଦ୍ୱାରା ଗଠିତ । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ କିଛି ଦିନ ତଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ଶ୍ରୀ ରାଓଙ୍କ ସମର୍ଥିତ ନିର୍ବାଚିତ ପ୍ରତିନିଧି ମାନେ ଏହି ପଦକ୍ଷେପ ନେଇଛନ୍ତି । ରାୟଗଡା ପୌରସଂସ୍ଥା ର ଉପାଧକ୍ଷା ଶୁଭ୍ରା ପଣ୍ଡା ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ଆଜିର ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ସୁଧୀର ଦାସଙ୍କ ସମର୍ଥକ ଭାବେ ଜଣାଶୁଣା । ଶୁଭ୍ରା ପଣ୍ଡା ପୌରପରିଷଦର ୩ ନମ୍ବର ୱାର୍ଡ ର କାଉନସିଲର । ଶୁଭ୍ରା ଦାୟିତ୍ୱ ନେବା ପର ଠାରୁ ଜଗନ୍ନାଥ ସୁଧୀର ଗୋଷ୍ଠୀ ପ୍ରରୋଚନାରେ କାଉନସିଲର ମାନଙ୍କ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା I ଅଗାମି ଦିନରେ ଜିଲ୍ଳାର ଆଉ କିଛି ବ୍ଲକରେ ଏଭଳି ପରିସ୍ଥିତି ଉପୁଜିବା ନେଇ ଆଶଙ୍କା ସୃଷ୍ଟି ହେବାର ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.