
• ସବଷ୍ଟେସନର ଉନ୍ନତୀକରଣ
• ରାୟଗଡ଼ାରେ ନୂତନ ୩୩କେଭି ଲାଇନ ତାର ସଂଯୋଗ
• ସ୍ଥିର ବିଦ୍ୟୁତ ଯୋଗାଣ ପାଇଁ ୩୩କେଭି ଫିଡରଗୁଡ଼ିକର ଉନ୍ନତୀକରଣ
• ୧୧କେଭି ଲାଇନ ତାର ଦ୍ୱାରା ଜିଲ୍ଲାର ବିଦ୍ୟୁତ ସେବାକୁ କରାଯାଉଛି ସୁଦୃଢ଼
• ଉଭୟ ଘରୋଇ ଓ ଶିଳ୍ପ କ୍ଷେତ୍ରକୁ ଗୁଣାତ୍ମକ ବିଜୁଳି ସେବା ସୁନିଶ୍ଚିତ
ବ୍ରହ୍ମପୁର//ରାୟଗଡା:, ସେପ୍ଟେମ୍ବର ୨୦୨୫: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ରାୟଗଡ଼ା ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବହୁ ଅଭିନବ ପଦକ୍ଷେପମାନ ଆରମ୍ଭ କରିଛି। ବିଦ୍ୟୁତ ସେବା ବିତରଣ କ୍ଷେତ୍ରରେ ଗୁଣବତ୍ତା ଆଣିବା ତଥା ଉନ୍ନତି କରିବା ଓ ଏକ ସମାବେଶୀ ବିକାଶକୁ ଗୁରୁତ୍ୱ ଦେବା ପାଇଁ କମ୍ପାନୀ ତରଫରୁ ଲକ୍ଷ୍ୟ ରଖାଯାଇଛି।
ପୂର୍ବଘାଟ ପର୍ବତମାଳାରେ ଅବସ୍ଥିତ ଏହି ଜିଲ୍ଲା ତଥା ରାୟଗଡ଼ା, ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ଏକ ଶିଳ୍ପସମୃଦ୍ଧ ଜିଲ୍ଲା ଭାବେ ବେଶ୍ ପରିଚିତ। ବହୁ ଜନଜାତିଙ୍କ ବାସସ୍ଥଳୀ ଏହି ଜିଲ୍ଲା ତତ୍ସହିତ ପ୍ରାକୃତିକ ସମ୍ପଦରେ ଭରପୁର ଅଟେ ଏହି ଅଞ୍ଚଳ। ବହୁ ଶିଳ୍ପାଞ୍ଚଳ ଯେପରିକି ଆଲୁମିନା ରିଫାଇନାରୀ କାରଖାନା ଏବଂ ପେପର ମିଲ୍ ଏହି ଜିଲ୍ଲାରେ ରହିଛି। ଦୃତ ସହରୀକରଣ, ବର୍ଦ୍ଧିତ ଶିଳ୍ପାଞ୍ଚଳ ଏବଂ ଆଧୁନିକ ବିକାଶକୁ ଆପଣାଉଥିବା ଗ୍ରାମାଞ୍ଚଳରେ ନିରନ୍ତର ଭାବରେ ବିଦ୍ୟୁତ ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏହି ବର୍ଦ୍ଧିତ ବିଜୁଳି ଚାହିଦାକୁ ଗୁରୁତ୍ୱ ଦେଇ ଟିପିଏସ୍ଓଡିଏଲ୍ ତରଫରୁ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ। ଯାହା ଘରୋଇ ଉପଭୋକ୍ତାଙ୍କଠାରୁ ନେଇ କୃଷି, ଶିଳ୍ପ ଓ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରୁଛି।
ଅଦ୍ୟାବଧି ରାୟଗଡ଼ା ଜିଲ୍ଲାରେ ବହୁ ପ୍ରକଳ୍ପମାନ ଟିପିଏସ୍ଓଡିଏଲ୍ ତରଫରୁ ସମ୍ପନ୍ନ ହୋଇଛି। ଗୁମୁଡ଼ା, ବିକ୍ରମପୁର, ମିନାଝୋଲା ଏବଂ ଥେରୁବାଲି ଆଦି ସବଷ୍ଟେସନର ଟ୍ରାନ୍ସଫର୍ମରର କ୍ଷମତାକୁ ଉନ୍ନତୀକରଣ କରାଯାଇଛି। ଯାହା ଜିଲ୍ଲାର ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରୁଛି। ମୁନିଗୁଡ଼ାଠାରେ ଥିବା ଉଭୟ ଟ୍ରାନ୍ସଫର୍ମରର କ୍ଷମତାକୁ ୩.୧୫ଏମଭିଏରୁ ୫ଏମଭିଏକୁ ବୃଦ୍ଧି କରାଯାଇଛି। ଯାହା ଜିଲ୍ଲାର ବୃଦ୍ଧିପ୍ରାପ୍ତ ଘରୋଇ ଓ ଶିଳ୍ପାଞ୍ଚଳର ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହୋଇ ପାରିଛି।
ସେହିପରି ଗୁଣୁପୁର ଗ୍ରୀଡ ସବଷ୍ଟେସନରୁ ଓଖିଲାଗୁଡ଼ା ଦେଇ ବିକ୍ରମପୁର, ଡମ୍ବସରା, ଜଲତାର ଏବଂ ଗୁଣୁପୁରକୁ ନୂତନ ୩୩କେଭି ଲାଇନ ତାର ସଂଯୋଗ ହୋଇଛି। ଯାହା ବିସ୍ତୃତ ସହରାଞ୍ଚଳକୁ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଉଛି । ହାଟମୁନିଗୁଡ଼ାଠାରୁ ଶିବ ମନ୍ଦିର, ପିତାମହଲ ପର୍ଯ୍ୟନ୍ତ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଲାଇନ ତାର ସଂଯୋଗ ହୋଇଛି। ଯାହା ଜିଲ୍ଲାର ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିପାରିଛି। ଡାଙ୍ଗସରୋଡ଼ା, ସୁଙ୍ଗେର ଏବଂ ଗୁଣୁପୁରରେ ଥିବା ୩୩କେଭି ଫିଡରଗୁଡ଼ିକର ମଧ୍ୟ ଉନ୍ନତୀକରଣ କରାଯାଇଛି ଯାହା ବିଦ୍ୟୁତ ସେବା କ୍ଷେତ୍ରରେ ସ୍ଥିରତା ଆଣିପାରିଛି।
ଟିକିରି ସହରରୁ ନୂଆପଡ଼ା ଓ ଟାଉନ-୩ ରୁ ତୁମୁଡ଼ିଗୁଡ଼ା ପର୍ଯ୍ୟନ୍ତ ନୂତନ ୧୧କେଭି ଲାଇନ ତାର ସଂଯୋଗ ହୋଇଛି। ଏହାସହିତ ଟାଉନ, କୋର୍ଟ, ସୁଲୁଡ଼ି, ରାମନାଗୁଡ଼ା, ଢେପାଗୁଡ଼ା, ଗୁଡ଼ାରୀ, ସିରିଗୁଡ଼ା, ଅମ୍ବାଡ଼ୋଲା, ଟାଉନ-୪, ଓ ମୁନିଗୁଡ଼ାରେ ଥିବା ଫିଡରଗୁଡ଼ିକର ମଧ୍ୟ ଉନ୍ନତୀକରଣ କରାଯାଇଛି। ଯାହା ଜିଲ୍ଲାର ଘରୋଇ, ଶିକ୍ଷାନୁଷ୍ଠାନ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଉଛି। ଏଥିସହିତ ଏହିସବୁ ଉନ୍ନତୀକରଣ ଯୋଗୁଁ ଭବିଷ୍ୟତର ବିଦ୍ୟୁତ ଚାହିଦାକୁ ମଧ୍ୟ ପୂରା କରାଯାଇପାରୁଛି।
ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବାର ଟିପିଏସ୍ଓଡିଏଲର ଏହି ପ୍ରୟାସ ବେଶ୍ ଉପଯୋଗୀ ହୋଇପାରିଛି ଏବଂ ଏହା ସ୍ପଷ୍ଟ ରୂପେ ପ୍ରତିଫଳିତ ହେଉଛି। ରାୟଗଡ଼ାର ଶିଳ୍ପଗୁଡ଼ିକ ଏବେ ଅଧିକ ସ୍ଥିର ବିଦ୍ୟୁତ ପାଉଛି, ଯାହା ଉଚ୍ଚ ଉତ୍ପାଦନଶୀଳତା ଓ ପ୍ରତିଯୋଗୀତାକୁ ଖୋରାକ ଯୋଗାଉଛି। କୃଷକମାନେ ସିଞ୍ଚନ ପାଇଁ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ପାଉଛନ୍ତି, ଯାହା ଦ୍ୱାରା ଉନ୍ନତ କୃଷି ପ୍ରଣାଳୀକୁ ଆପଣେଇବାରେ ସେମାନେ ସମର୍ଥ ହୋଇପାରୁଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ଡିଜିଟାଲ ଶିକ୍ଷା ପାଇଁ ସ୍ଥିର ତଥା ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ସେବା ପାଇପାରୁଛନ୍ତି । ଏଥିସହିତ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ବହୁ ସୁଧାର ଆସିପାରିଛି ତଥା ଆଧୁନିକ ସେବା ପ୍ରଦାନ ପାଇଁ ଅଧିକ ସକ୍ଷମ ହୋଇପାରିଛନ୍ତି । ଜିଲ୍ଲାର ଗାଁ ଓ ସହରଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତଯୋଗାଣ ସୁନିଶ୍ଚିତ ହୋଇପାରୁଛି । ଯାହା ଡିଜିଟାଲ ଅନ୍ତର୍ଭୁକ୍ତୀକରଣ, କ୍ଷୁଦ୍ର ବ୍ୟବସାୟ, ଓ ସାମାଜିକ-ଆର୍ଥିକ ପ୍ରଗତିକୁ ଉତ୍ସାହିତ କରୁଛି।
ରାୟଗଡ଼ା ଜିଲ୍ଲାରେ ହୋଇଥିବା ବିଦ୍ୟୁତ ସେବା କ୍ଷେତ୍ରର ବିକାଶ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କୁହନ୍ତି — “ ରାୟଗଡ଼ା ହେଉଛି ଏପରି ଏକ ଜିଲ୍ଲା ଯେଉଁଠି ଶିଳ୍ପ ଓ ସାଂସ୍କୃତିକ ପରମ୍ପରାର ମିଳନ ଘଟେ। ଏକାସାଙ୍ଗରେ ଏସବୁକୁ ଦେଖିବାକୁ ମିଳେ। ରାୟଗଡ଼ାକୁ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଣ ହେଉଛି ଏହି ଅଞ୍ଚଳର ମୂଳଭିତ୍ତି ତଥା ଏକ ସଂଯୋଗ। ସନ୍ତୁଳିତ ବିକାଶକୁ ସର୍ବଦା ଏହି ଜିଲ୍ଲା ପ୍ରୋତ୍ସାହିତ କରିଥାଏ। ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା, ନୂତନ ବିଦ୍ୟୁତ ଲାଇନ ତାର ସଂଯୋଗ କରିବା, ଫିଡର ଗୁଡ଼ିକର ଉନ୍ନତୀକରଣ କରିବା ଦ୍ୱାରା ରାୟଗଡ଼ା ଜିଲ୍ଲାର ପ୍ରତିଟି କୋଣ ଅନୁକୋଣରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ପହଞ୍ଚି ପାରିଛି। ଯାହା ଲୋକଙ୍କ ଆକାଂକ୍ଷା ଓ ଦକ୍ଷିଣ ଓଡ଼ିଶାର ଭବିଷ୍ୟତ ସମୃଦ୍ଧି ପାଇଁ ଏକ ନିବେଶ”।
ବିଦ୍ୟୁତ ସେବା କ୍ଷେତ୍ରରେ ରାୟଗଡ଼ାର ପ୍ରଗତି କେବଳ ଏକ ଆଞ୍ଚଳିକ ସଫଳତା ନୁହେଁ, ବରଂ ଭାରତର ବିସ୍ତୃତ ଶକ୍ତି ସୁରକ୍ଷା ଓ ସମାବେଶୀ ବିକାଶ ଯାତ୍ରାର ଏକ ପ୍ରତିଫଳନ। ଜିଲ୍ଲାର ଆଧୁନିକୀକରଣ ହୋଇଥିବା ବିଦ୍ୟୁତ ଭିତ୍ତିଭୂମି ଜାତୀୟ ସ୍ତରରେ ଥିବା ଲକ୍ଷ୍ୟ ତଥା ସମସ୍ତଙ୍କ ପାଇଁ ସୁଲଭ, ଭରସାଯୋଗ୍ୟ, ଗୁଣାତ୍ମକ ବିଜୁଳି ଯୋଗାଣ ତଥା ଏକ ନିରନ୍ତର ବିକାଶ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଏ। ଏହା ମଧ୍ୟ ଦର୍ଶାଇଥାଏ ଯେ, ବିତରଣ କ୍ଷେତ୍ରରେ ନିବେଶ ଶିଳ୍ପ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସମୁଦାୟର ମଙ୍ଗଳ ଓ ବିକାଶ ପାଇଁ ଏକ ବୃହତ ପ୍ରଭାବ ସୃଷ୍ଟି କରିଥାଏ।
ଏହିସବୁ ପଦକ୍ଷେପ ଯୋଗୁଁ ରାୟଗଡ଼ା ଜିଲ୍ଲା ବିକାଶର ନୂଆ ଏକ ପରିଚୟ ସୃଷ୍ଟି କରି ପାରିଛି। ଜିଲ୍ଲାର ଘରୋଇ, ବହୁ ଅନୁଷ୍ଠାନ ଏବଂ ଶିଳ୍ପାଞ୍ଚଳ ଏକ ସ୍ଥିର ବିଦ୍ୟୁତ ସେବା ଦ୍ୱାରା ସଶକ୍ତ ଓ ସମୃଦ୍ଧ ହୋଇ ପାରିଛି। ଯେଉଁଠାରେ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ସେବା ସୁନିଶ୍ଚିତ ହୋଇ ପାରିଛି । ଏହି ପ୍ରଗତିର ଧାରାକୁ ବଜାୟ ରଖିବା ସହ ଜୀବନ ଓ ଜୀବିକାକୁ ଆଲୋକିତ କରିବା ତଥା ଆଗାମୀ ପିଢ଼ି ପାଇଁ ଏକ ସ୍ଥିର ଓ ନିର୍ଭରଯୋଗ୍ୟ ବିଦ୍ୟୁତ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ।