ଅନ୍ତଃ ଜିଲ୍ଲା ପୁରୁଷ ଓ ମହିଳା ସିପକଟାକ୍ରୋ ଚାମ୍ପିୟନସିପ ୨୦୨୪ ଅନୁଷ୍ଠିତ

youtube

ରାୟଗଡ଼ା : ପୁରୀ ଜିଲ୍ଲା ସିପକଟାକ୍ରୋ ଆସୋସିଏସନ ତରଫରୁ ଅନ୍ତଃ ଜିଲ୍ଲା ପୁରୁଷ ଓ ମହି ଳା ସିପକଟାକ୍ରୋ ଚାମ୍ପିୟନସିପ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ୨୪ତମ ସିନିଅର ଅନ୍ତ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଓ ୨୩ତମ ସବ-ଜୁନିଅର ୨୦୨୪ ଅନୁଷ୍ଠିତ ହୋଇଛି। ୨୪ ତମ ସିନିଅର ଅନ୍ତ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ରେ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ପୁରୁଷ ୨୦ଟି ଓ ମହିଳା ୧୨ଟି ଟିମ ଅଂଶଗ୍ରହଣ କରିଥିଲେ। ଆଜି ଉଦଯାପନୀ ଉଚ୍ଚବ ଫାଇନାଲ ମ୍ୟାଚ ରେ କିସ୍ ଦଳ କୁ ହରାଇ ରାୟଗଡ଼ା ଦଳ ବିଜୟ ହୋଇଛି। ଉଦ୍ଘାଟନୀ ଉଛବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସଂମ୍ମାନୀତ ଅତିଥି ଭାବେ ସମୁଦ୍ରକୁଳ ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର ଓ ଦୂରଦର୍ଶୀ ସମ୍ପାଦକ ଦୁର୍ଗା ସାମନ୍ତରାୟ ଉପସ୍ଥିତ ଥିଲେ। ଏହା ପରେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଖେଳ ଆରମ୍ଭ କରାଯାଇଥିଲା। ଉଦଯାପନୀ ଉଚ୍ଚବ ରେ ଅତିଥି ମାନେ ଯୋଗ ଦେଇ ବିଜୟୀ ଦଳ କୁ ଟ୍ରଫି ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ସିପକଟାକ୍ରୋ ଆସୋସିଏସନ ସମ୍ପାଦକ ପୃଥ୍ବୀରାଜ ସାହୁ, ଓଡିଶା ସିପକଟାକ୍ରୋ ଆସୋସିଏସନ ଉପ ସଭାପତି ସଭାପତି ପ୍ରଭାସ ପ୍ରିୟଦର୍ଶିନ ମହାନ୍ତି, ଅଲମ୍ପିକ ଆସୋସିଏସନ କୋଷାଧକ୍ଷ ରବି ଶଙ୍କର ପ୍ରତିହାରୀ, ପୁରୀ ଜିଲ୍ଲା ସିପକଟାକ୍ରୋ ଆସୋସିଏସନ ଉପ ସଭାପତି ସୁଦର୍ଶନ ସାହୁ, ସାଧାରଣ ସମ୍ପାଦକ ରାମ ଚନ୍ଦ୍ର ବାରିକ ଓ ଯୁଗ୍ମ ସାଧାରଣ ସମ୍ପାଦକ ଅଶ୍ୱିନ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାୟଗଡ଼ା ଦଳ ବିଜୟ ହୋଇଥିବାରୁ ରାୟଗଡ଼ା ସଭପତି ରବୀନ୍ଦ୍ର ନାଥ ପଣ୍ଡା, ଉପା ଦକ୍ଷ ଦେବୀ ପ୍ରାସାଦ ପଟ୍ଟନାୟକ, ଜ୍ୟୋତି ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.