ସୂନାପୁର ବେଳାଭୂମି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ନିଖୋଜ ଥିବା ଯୁବକ ଆଜି ମାର୍କଣ୍ଡିତଟରେ ଉଦ୍ଧାର

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ସୂନାପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ସୂନାପୁର ବେଳାଭୂମି ଗତ କାଲି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ଜଣେ ନିଖୋଜ ଥିବା ଯୁବକ ଆଜି ମାର୍କଣ୍ଡି ତଟରେ ଉଦ୍ଧାର ହେବା ଜଣାପଡିଛି। ସୂଚନା ପ୍ରକାରେ ନିଖୋଜ ଯୁବକ ଜଣକ ହେଲେ ଚିକିଟୀ ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ କେ.ନୂଆଗାଁ ଗ୍ରାମ ପଞ୍ଚାୟତ ଲିଆଖାଇ ଗ୍ରାମର ରଞ୍ଜନ କୁମାର ପ୍ରଧାନଙ୍କ ପୁଅ ଅମିତ କୁମାର ପ୍ରଧାନ ବୟସ ପ୍ରାୟ (୧୮) ବର୍ଷ ହେବ ବୋଲି ଜଣାପଡିଛି। ରବିବାର ଛୁଟି ଦିନ କାଟିବାକୁ ଯାଇ ଉକ୍ତ ଗ୍ରାମର ଚାରି ଜଣ ଯୁବକ ମିଶି ନିକଟସ୍ଥ ସୂନାପୁର ବେଳାଭୂମି ବୁଲିବାକୁ ଯାଇଥିଲେ। ବୁଲାବୁଲି କରି ସମୁଦ୍ରରେ ଦୁଇ ସାଙ୍ଗ ଗାଧୋଉଥିବା ବେଳେ ଅନ୍ୟ ଦୁଇ ସାଙ୍ଗ କୁଳରେ ବସିଥିଲେ। ଗାଧୋଉଥିବା ଦୁଇ ଯୁବକ ବଡ଼ ବଡ଼ ଲହଡ଼ି ଆସିବା ଯୋଗୁଁ କୂଳକୁ ଫେରୁଥିବା ସମୟରେ ଅମିତ କୁମାର ନାମକ ଯୁବକ ହଠାତ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିବା ଦେଖି କୁଳରେ ଥିବା ସାଙ୍ଗ ମାନେ ତୁରନ୍ତ ପାଣିରେ ଖୋଜା ଖୋଜି କରିଥିଲେ।କିନ୍ତୁ ଅମିତ ର କୌଣସି ସନ୍ଧାନ ମିଳି ନଥିବା ହେତୁ ତୁରନ୍ତ ବେଳାଭୂମି ସିକ୍ୟୁରିଟି ଗାର୍ଡଙ୍କୁ ସୂଚନା ଦେଇଥିଲେ।ଖବର ପାଇ ସୂନାପୁର ସାମୁଦ୍ରିକ ଥାନା ଅଧିକାରୀ ଅତିଥି ଚରଣ ନାୟକ,ତହସିଲଦାର ବିଶ୍ୱରଞ୍ଜନ କହଁର ଓ ଚିକିଟୀ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା କରିଥିଲେ। ପ୍ରାୟ ତିନି ଘଣ୍ଟା ଧରି ଅଗ୍ନିଶମ ବିଭାଗ ଓ ଓଡ଼ରାଫ ଟିମ ବହୂ ଚେଷ୍ଟା କରି ସମୁଦ୍ରରେ ଖୋଜା ଖୋଜି କରିବା ସତ୍ତ୍ୱେ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳି ନଥିବା ସତ୍ତ୍ୱେ ଆଜି ପୂର୍ବାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ତଟରେ ସ୍ଥାନୀୟ ଧିବର ମାନେ ଦେଖି ଥାନା କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରି ପରିବାର ଲୋକଙ୍କୁ ଖବର ଦେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।

ad-week
Leave A Reply

Your email address will not be published.