
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭା ଗୃହରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏବଂ ଓଡ଼ଗାଁ ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସହଯୋଗରେ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ଉତ୍ପୀଡନ ପ୍ରତିରୋଧ ନିଷିଦ୍ଧ ଓ ନିରାକରଣ ଆଇନ – ୨୦୧୩ ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଓଡ଼ଗାଁ ତହସିଲଦାର ଡ ମାନସ ରଞ୍ଜନ ଭୋଇ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ରାଜସ୍ୱିନୀ ପ୍ରଧାନ, ନୟାଗଡ଼ ସବ ଡିଭିଜନ ପ୍ରକଳ୍ପ ଅଧିକାରୀ ସଞ୍ଜୁଲତା ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ଦାସ, ବିଶ୍ଵ ପନ୍ଥବୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାଜ କିଶୋର ସାହୁ, ଏବଂ ରଘୁନାଥ ମଲ୍ଲିକ ଯୋଗଦେଇ କାର୍ଯ୍ୟ କ୍ଷେତ୍ରରେ ଯୌନ ଉତ୍ପୀଡନ ପରି ଯେକୌଣସି ଅବାଞ୍ଛିତ କାର୍ଯ୍ୟ ଯୌନ ଉତ୍ପୀଡନ ଶାରୀରିକ, ମୌଖିକ କିମ୍ବା ଅମୌଖିକ

ଅଚରଣକୁ ବୁଝାଇଥାଏ । କର୍ଯ୍ୟକ୍ଷେତ୍ର ରେ ସରକାରୀ ସମ୍ପର୍କିତ ସଂସ୍ଥା, ଘରୋଇ କ୍ଷେତ୍ର, ଏବଂ ଅସଂଗଠିତ କ୍ଷେତ୍ର ଗୁଡିକରେ ୧୦ ଜଣ ରୁ ଅଧିକ ମହିଳା ଥିଲେ ଆଭ୍ୟନ୍ତରୀଣ କମିଟି ଗଠନ ଏବଂ ୧୦ ଜଣ ରୁ କମ୍ ଥିଲେ ସ୍ଥାନୀୟ କମିଟି ଗଠନ କରାଯାଇ ଅନେକାଂଶ ରେ ଏହାର ନିରାକରଣ କରାଯାଇ ପାରିବ ବୋଲି ପରାମର୍ଶ ଦେଇଥିଲେ ।ଏହା ସହିତ ପଞ୍ଚାୟତ ରୁ ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳା କର୍ମଚାରୀ ଙ୍କ ସୁରକ୍ଷା ନେଇ ଉଦାହରଣ ସହିତ ଆଲୋଚନା କରାଯାଇଥିଲା । ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଗଠନ କରାଯାଇଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପ୍ରଧାନଶିକ୍ଷକ ସହିତ ପ୍ରାୟ ୧୫୦ ଜଣ ସଦସ୍ୟ ଯୋଗ ଦେଇଥିଲେ ।ଓଡ଼ଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଲହଡ଼ିମାଳା ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।