ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଟାସ୍କଫୋର୍ସ ବୈଠକ…

add-all


ନୟାଗଡ଼ : ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଵାସ୍ଥ୍ୟ ସେବା ସମ୍ପର୍କିତ ଟାସ୍କଫୋର୍ସର ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ଜ୍ଞାନଜ୍ୟୋତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀ ସୁସ୍ଥ ହେଲେ ପରିବାର ସୁସ୍ଥ ହେବ ଓ ସେଥିପାଇଁ ଏହି ଅଭିଯାନକୁ ସମସ୍ତଙ୍କ ସହଯୋଗରେ ଶତପ୍ରତିଶତ ସଫଳ କରିବାକୁ ଆମେ ପ୍ରତିବଦ୍ଧ ବୋଲି ମତପ୍ରକାଶ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବି ପୋଷଣ ମାସ ଅଭିଯାନ ବି ଚାଲିବ । , ସମାଜ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ବେହେରା , ଡାକ୍ତର ସୁଜିତି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ ଓ ସ୍ୱାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିଲେ। ଏହି ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଉପଲବ୍ଧ ମାତୃତ୍ଵ ସେବା ସହିତ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଅଣସଂକ୍ରାମକ ରୋଗର ଚିହ୍ନଟ, ଟୀକାକରଣ, ଟି.ବି. ଓ କର୍କଟ ପରୀକ୍ଷା, ସିକିଲ ସେଲ ଓ ଥାଲାସେମିଆ ପରୀକ୍ଷା ସହିତ ସ୍ୱାସ୍ଥ୍ୟ ସଚେତନତା । ଏଥି ସହିତ ବିଦ୍ୟାଳୟମାନଙ୍କରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷ ସେବା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି ବୋଲି ଆଲୋଚନା କରାଯାଇଥିଲା । ସ୍ଵତନ୍ତ୍ର ଭାବେ ଜିଲ୍ଲାର କିଛି ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ, ନିକ୍ଷୟ ମିତ୍ର ପଞ୍ଜୀକରଣ, ଅଙ୍ଗଦାନ ପଞ୍ଜୀକରଣ ଭଳି ପଦକ୍ଷେପ ନିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା ସମାଜ ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯାଇ ବ୍ୟାପକ ସଚେତନତା କରାଯିବ। ଏହି ଅଭିଯାନ ସମୟରେ ଲାଭାର୍ଥୀମାନେ ନିଜର ଆଧାର କାର୍ଡ କିମ୍ବା ଆଭା ନମ୍ବର ସହିତ ଯେକୌଣସି ସ୍ଵାସ୍ଥ୍ୟ କେନ୍ଦ୍ରମାନଙ୍କରେ ପହଁଚିଲେ ସୂଚାରୁରୂପେ ସେମାନଙ୍କର ପଞ୍ଜୀକରଣ ସହିତ ସ୍ଵାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇପାରିବ । ସୁସ୍ଥ ନାରୀ – ସଶକ୍ତ ପରିବାର କାର୍ଯ୍ୟକ୍ରମ ଅଭିଯାନ ଶତ ପ୍ରତିଶତ ସଫଳତା ସୁରୁଖୁରୂରେ ଚାଲିବା ପାଇଁ ନିଷ୍ପତି ହୋଇଥିଲା। ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା , ଡାକ୍ତର ସ୍ଵର୍ଣ୍ଣଲତା ପରିଡ଼ା,ଡାକ୍ତର ସନ୍ତୋଷ ଭୂଜବଳ ମମତା ବିଶୋଇ, ସ୍ବାସ୍ଥ୍ୟ ବିଭାଗ ଓ ଶିଶୁ ବିକାଶ କ୍ରମ କତା ମାନେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.