ବୃକ୍ଷ ହିଁ ଏକମାତ୍ର ବିକଳ୍ପ ଯାହା ଧ୍ବଂସମୁଖୀ ପୃଥିବୀକୁ ରକ୍ଷା କରିପାରିବ

add-all

ବ୍ରହ୍ମପୁର : ବୃକ୍ଷ ହିଁ ଜୀବନ। ଧ୍ବଂସମୁଖୀ ପୃଥିବୀକୁ ସୁରକ୍ଷା ଦେବାରେ ଏହି ବୃକ୍ଷହିଁ ଆମ ପାଇଁ ଏକମାତ୍ର ବିକଳ୍ପ ଭାବରେ ରହିଛି। ଏଣୁ ଘର ବାଡ଼ିରେ ବୃକ୍ଷ ଆଗାମୀ କାଲି ଯଶସ୍ବୀ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବୃକ୍ଷ ରୋପଣ ପାଇଁ ମିଶନ ଶକ୍ତି ତରଫରୁ ସୁଶ୍ରୀ କାଜଲ ପାତ୍ର ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମା’ମାନଙ୍କୁ ବୁଝାଇଥିଲେ। ସ୍ଥାନୀୟ ବାଲାଜୀପେଣ୍ଠ ଅଙ୍ଗନବାଡି ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଙ୍ଗନବାଡି କର୍ମୀ ସୁମତି ସାହୁ ଏବଂ ସହାୟିକା ସୋନମ ସାମଲ ବୃକ୍ଷ ବଣ୍ଟନ କାର୍ଯ୍ୟରେ ସହାୟତା କରିବା ସହ ଘରବାଡ଼ିରେ ବୃକ୍ଷ ରୋପଣ କରି ତାହାର ଫୋଟୋ ଛାଡିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅଙ୍ଗନବାଡି ଅଂଚଳ ଅନ୍ତର୍ଗତ ଅନ୍ୟୁନ କୋଡିଏଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବୃକ୍ଷ ରୋପଣ ଓ ତାହାର ଯତ୍ନ ନିମନ୍ତେ ଅଙ୍ଗିକାରବଦ୍ଧ ହୋଇ ପ୍ରତ୍ୟେକେ ଗୋଟିଏ ଗୋଟିଏ ଚାରା ନେଇଥିଲେ। ବାଲାଜୀପେଣ୍ଠ ଅଂଚଳରେ ଏହାର ଖୁବ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.