ଅବହେଳିତ ହୋଇପଡିଛି ମୁକ୍ତାକାଶ ବ୍ୟାୟାମଶାଳା

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ରାମସାଗର ପୁଷ୍କରିଣୀ ପୂର୍ବ ପାର୍ଶ୍ଵରେ ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡ଼ିଥିବା ମୁକ୍ତାକାଶ ବ୍ୟାୟାମ ଶାଳା ଏବଂ ଶିଶୁ ଖେଳ ଉଦ୍ୟାନ ଚରମ ଅବହେଳିତ ହୋଇ ପଡ଼ିଛି ।ଏଥିରେ ବ୍ୟାୟାମ ପାଇଁ ବ୍ୟବହୃତ ସାମଗ୍ରୀ ଗୁଡିକରେ କଳଙ୍କି ଲାଗି ଗଲାଣି ।କେତେକ ସାମଗ୍ରୀରେ ଲତା ମାଡ଼ି ଗଲାଣି ।ଏହି ବ୍ୟାୟାମ ଶାଳ ଏବେ ବୁଲା ଗୋରୁଗାଈଙ୍କ ଚରାଭୂମି ରେ ପରିଣତ ହୋଇଛି । ପୁଷ୍କରିଣୀ ରେ ଜଳ ଭର୍ତ୍ତି ହୋଇଥିବାରୁ ପୁଷ୍କରିଣୀ ନିକଟରେ ଥିବା ଶିଶୁ ଉଦ୍ୟାନ ରେ ଛୋଟ ପିଲାମାନେ ଅସାବଧାନତା ହେଲେ ପାଣିରେ ବୁଡି ଜୀବନ ଚାଲି ଯିବାର ସମ୍ଭାବନା ରହିଛି।ଏହାର ଚତୁଃପାର୍ଶ୍ଵରେ ପ୍ରାଚୀର ନିର୍ମାଣ କରାଯାଇ ଏହାର ଉପଯୁକ୍ତ ଯତ୍ନ ନିଆଗଲେ ବହୁ ଅର୍ଥରେ ନିର୍ମିତ ଏହି ମୁକ୍ତାକାଶ ବ୍ୟାୟାମ ଶାଳ ଏବଂ ଶିଶୁ ଉଦ୍ୟାନ ଟି ସାଧାରଣରେ ବ୍ୟବହୃତ ହୋଇପାରନ୍ତା ବୋଲି ଓଡ଼ଗାଁ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅପରପକ୍ଷେ ବିଭାଗୀୟ କତୃପକ୍ଷ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ad-week
Leave A Reply

Your email address will not be published.