ଏକ ଟଙ୍କିଆ ଛୋଟ କଏନ ବେଆଇନ ବୋଲି ଘୋଷଣା ହୋଇନଥିଲେ ବି ବଜାର ରେ ଚାଲୁନି….!

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଖୁଚୁରାର ଅଭାବ ଦେଖା ଦେଇଛି। କିଛି ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ଗୁଜବ ହୋଇ ଦଶ ଟଙ୍କିଆ କାଇନ୍ କୁ ବେଆଇନ ଭାବେ ଚଳିବ ନାହିଁ ବୋଲି ଦେଣ ନେଣ ବନ୍ଦ ହୋଇଯାଇଥିଲା। ରିଜେର୍ଭ ବ୍ୟାଙ୍କ ପକ୍ଷରୁ ଦଶ ଟଙ୍କିଆ କଇନ୍ ବେଆଇନ ଘୋଷଣା ହୋଇନଥିଲା। ସରକାରଙ୍କ ପକ୍ଷରୁ ସଚେତନତା ପରେ ପୁଣି ଦେଣ ନେଣ ଲୋକଙ୍କ ମଧ୍ୟରେ ହୋଇଥିଲା। ସଚେତନତାର ଅଭାବ ଯୋଗୁଁ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାରେ ଏକ ଟଙ୍କିକିଆ ଛୋଟ କଇନ୍ ଚଳିବ ନାହିଁ ଗୁଜବ ପରେ ଲୋକେ ଟଙ୍କିକିଆ ଛୋଟ କଇନ୍ ନେବାକୁ ଅମଙ୍ଗ ହେଉଛନ୍ତି। ଯାହା ଫଳରେ ବଜାରରେ ଟଙ୍କି କିଆ କଇନ୍ ର ଅଭାବ ଦେଖା ଦେଇଛି। ଗଞ୍ଜାମ ଜିଲ୍ଲାରେ କିଛି ମାସ ହେଲା ୧, ୫, ୧୦ କଇନ୍ ର ଘୋର ଅଭାବ ଦେଖା ଦେଇଛି।ଲୋକଙ୍କ ମଧ୍ୟରେ ଅଚଳ ଟଙ୍କା ସମ୍ପର୍କ ରେ ଥିବା ଭ୍ରମକୁ ଦୂର କରିବା ପାଇଁ ସଚେତନ ମହଲରେ ଦାବୀ ହେଉଛି।

ad-week
Leave A Reply

Your email address will not be published.