
ନୟାଗଡ଼,୧୬/୯(ନିସର୍ତ୍ତ ନ୍ୟୁଜ୍): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ ସୁନାଖଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆଙ୍କୁଲପାଟଣା ସାହିରେ ମା ବୁଧେଇ ଓଷା ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ରାଜ ସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ୍ ର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଥିଲା ବେଳେ ମୂଖ୍ୟ ବକ୍ତା ଭାବେ ବୋଲଗଡ଼ ଏକ୍ସପ୍ରେସ ରୂପେ ପରିଚିତ ଶିକ୍ଷାବିତ୍ ଏବଂ ବ୍ୟଙ୍ଗ କବି ବ୍ରଜ ବିହାରୀ ସୁବୁଦ୍ଧି ଏବଂ ସମ୍ମାନିତ ଅତିଥି ଭାବରେ ପୁର୍ବତନ ଜିଲ୍ଲା ପରିଷଦ ଭୁବନେଶ୍ଵରୀ ସାହୁ , ସମାଜସେବୀ ଶାନ୍ତନୁ କୁମାର ସାହୁ , ଟିକିନା ମହାପାତ୍ର , ସିମାଞ୍ଚଳ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପ ଦୀପ ଦେଇ ସଭା କାର୍ଯ୍ୟ ଉଦ୍ଘାଟନ କରିଥିଲେ । ସାହିର କୁନି କୁନି ପିଲା ମାନଙ୍କ ଦ୍ଵାରା ସୁନ୍ଦର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ବେଳେ ଏହାକୁ ଉପଭୋଗ କରିବାକୁ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା । ପରିଶେଷରେ ଅତିଥି ମାନେ ସାହିର ବରିଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ମାନୀତ କରିବା ସହିତ ମଞ୍ଚରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିବା କୁନି ପିଲା ମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ । ସାଂସ୍କୃତିକ ମଞ୍ଚ ରେ ପୌରାଣିକ ନାଟକ ଟୀକା ଗୋବିନ୍ଦ ଚନ୍ଦ୍ର ମଞ୍ଚସ୍ଥ ହୋଇଥିଲା ।ମୂଖ୍ୟ ଅତିଥି ଶ୍ରୀ ନାୟକ ମହିଳା ମାନଙ୍କ ଦ୍ଵାରା ଆୟୋଜିତ ଏହି ଭଳି ଏକ ନିଆରା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ କିଭଳି ଅଧିକ ଧୁମ୍ ଧାମରେ ପାଳନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ସାଂସ୍କୃତିକ ସଭା କାର୍ଯ୍ୟକ୍ରମକୁ ବିଶିଷ୍ଟ ଶିକ୍ଷାବିତ୍ ଏବଂ ସମାଜସେବୀ ବଲ୍ଲଭ ପ୍ରଧାନ ସଂଯୋଜନା କରିବା ସହିତ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ । ଆଙ୍କୁଲ ପାଟଣା ସାହିର ସମସ୍ତ ଯୁବକ ଏବଂ ମହିଳା ସମିତିର ସଦସ୍ୟା ମାନେ ସହଯୋଗ କରିଥିବା ବେଳେ ସାମ୍ୱାଦିକ ଯଦୁନାଥ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।