

ନୟାଗଡ଼ , (ନିସର୍ତ୍ତ ନ୍ୟୁଜ୍):ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀଙ୍କ ଆହ୍ବାନ୍ କ୍ରମେ ପ୍ରତି ପଞ୍ଚାୟତ ଓ ଗାଁ ଗାଁ ରେ ଏକ୍ ପେଡ୍ ମା କେ ନାମ୍ ଅର୍ଥାତ୍ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ ସୁନାଖଳା ଗ୍ରାମପଞ୍ଚାୟତରେ ମଧ୍ଯ ତାହା ପାଳିତ ହୋଇ ଯାଇଛି । ପ୍ରତି ଗାଁ ରେ ୫୦୦ ଟି ବୃକ୍ଷ ରୋପଣ ପାଇଁ ବ୍ଲକ୍ ପ୍ରଶାସନ ଓ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜସୁନାଖଳାର ସମସ୍ତ ଜଳାଶୟ , ପୋଖରୀ ତୁଠ ଓ ହାଇସ୍କୁଲ୍ ର ପଡ଼ିଆ ଚାରିପଟେ ରାଜସୁନାଖଳାର ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ପ୍ରଚେଷ୍ଟାରେ ୫୦୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଅଛି । ଏହି ଗଛ ଲଗା କାର୍ଯ୍ୟକ୍ରମରେ ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି, ସମିତିସଭ୍ୟ ତପନ୍ କୁମାର ପ୍ରଧାନ , ରାଜସୁନାଖଳା ମଣ୍ଡଳ (ବିଜେପି) ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ସାହୁ ଏବଂ ରାଜସୁନାଖଳାର ଅନେକ ଯୁବକ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସରପଞ୍ଚ ଶ୍ରୀ ପ୍ରଧାନଙ୍କ ଏହି କାର୍ଯ୍ୟକ୍ରମକୁ ରାଜସୁନାଖଳା ଗ୍ରାମବାସୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଆଗକୁ ଏମିତି ଆହୁରି ଅନେକ ଗଛ ଲାଗିବ ବୋଲି ସରପଞ୍ଚ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।