
ଭୁବନେଶ୍ଵର : ବିଦ୍ୟାଳୟରେ ଭଗବତ୍ ଗୀତା ପାଠ କରିବେ ଛାତ୍ରଛାତ୍ରୀ। ଆଜି ବିଧାନସଭାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର ବିକାଶ ପାଇଁ ଶ୍ରୀମଦ୍ ଭଗବତ୍ ଗୀତାର ପଠନ ଓ ମହତ୍ତ୍ଵର ଚର୍ଚ୍ଚା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସିତାଂଶୁ ଶେଖର ମହାପାତ୍ର। ଏହାର ଉତ୍ତର ଦେବାକୁ ଯାଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଛି। ବିଦ୍ୟାଳୟରେ ନିଜ ବିଷୟ ବସ୍ତୁ ସହ ଛାତ୍ରଛାତ୍ରୀମାନେ ଭଗବତ ଗୀତା ପାଠ କରିବେ।