ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଜ଼ିଲ୍ଲା ଶାଖା କୋରାପୁଟ ପକ୍ଷରୁ ଦାବିପତ୍ର ପ୍ରଦାନ

add-all

କୋଟପାଡ଼ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି କୋରାପୁଟ ଜ଼ିଲ୍ଲା କୋଟପାଡ଼ ଜୋନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର କୋଟପାଡ଼ ତହସିଲଦାର ଏବଂ କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ଦାବିପତ୍ରରେ ବତାସନା ପଞ୍ଚାୟତ ଅନ୍ତର୍ଗତ କୋସମଗୁଡାକୁ ରାଜସ୍ବ ଗ୍ରାମ ଘୋଷଣା, ବତାସନ ପଞ୍ଚାୟତରେ ରହିଥିବା ସରକାରୀ ଜମିକୁ ଜମିହୀନ ପରିବାରକୁ ବଣ୍ଟନ କରିବା ସହିତ ସ୍ଥାୟୀ ପଟ୍ଟା ପ୍ରଦାନ, ବିଧବା ଏବଂ ଭିନ୍ନକ୍ଷମଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବାକୁ ନେଇ ଦାବୀ କରାଯାଇଛି l
ଜ଼ିଲ୍ଲା ଶାଖା ସମ୍ପାଦକ ଏବଂ ଯୁଧିଷ୍ଠିର ରାଉଳଙ୍କ ଆହ୍ୱାନ କ୍ରମେ ଶତାଧିକ ସଂଖ୍ୟକ ମହିଳାପୁରୁଷ କେନ୍ଦୁଗୁଡା ଛକରେ ଏକତ୍ରିତ ହୋଇଥିଲେ ଏବଂ ଏକ ରେଲିର ଆୟୋଜନ କରି ବିଭିନ୍ନ ସ୍ଲୋଗାନ ଦେବା ସହିତ ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ l ତହସିଲଦାରଙ୍କ ଅନୁପସ୍ଥିତ ରହିଥିବା ଯୋଗୁଁ କୋଟପାଡ଼ ଗୋଷ୍ଠୀ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ l ଆଞ୍ଚଳିକ କମିଟି ସଦସ୍ୟ କୁରୁମ ନାଥ ଭତ୍ରା, ଚାନ୍ଦିଲି ପଞ୍ଚାୟତର ସମ୍ପାଦକ ପୱନ ମହୁରିୟାଙ୍କ ସମେତ ବହୁ ସଂଖ୍ୟାକ କର୍ମୀ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.