ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଦୁଇ ଗିରଫ

add-all

ନୟାଗଡ଼ (ନିସର୍ତ୍ତ ନ୍ୟୁଜ୍): ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧୀନ ବନତଳି ଅଞ୍ଚଳରେ ବନ୍ୟଜନ୍ତୁ ଶିକାରୀଙ୍କ ସକ୍ରୀୟତା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଧାନ ଥୋଡ ଖାଇବାକୁ ଗାଁ ମୁହାଁ ବନ୍ୟଜନ୍ତୁ ମାନଙ୍କୁ ଫାସ ବସାଇ ଶିକାର କରୁଛନ୍ତି। ଗତ ଗୁରୁବାର ଦିନ କିଛି ଗ୍ରାମବାସୀ ଗୋଟିଏ ଝିଙ୍କକୁ ମାରି ତା’ ମାଂସକୁ ରାନ୍ଧି ଖାଉଥିବା ଏବଂ ବିକ୍ରୟ ପାଇଁ ରଖିଥିବା ବେଳେ ସେଥିମଧ୍ୟରୁ ଦୁଇ ଜଣ ବ୍ୟକ୍ତିଙ୍କୁ ରଣପୁର ବନ ବିଭାଗ ଗିରଫ କରିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ମହତପଲ୍ଲା ପଞ୍ଚାୟତ ମାନପୁରରେ ଝିଙ୍କ ଶିକାର ହୋଇଥିବା ନେଇ ବନାଞ୍ଚଳ ଅଧିକାରୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ। ଏହା ପରେ ବନାଧିକାରୀ ସଦଳବଳେ ଅପରାହ୍ନ ୪ ଟା ସମୟରେ ସେଠାରେ ଚଢ଼ାଉ କରି ଝିଙ୍କ ଶିକାର ଅଭିଯୋଗରେ ଆନନ୍ଦ ଜେନା ଓ ଜଳନ୍ଧର ଜେନାଙ୍କୁ ଗିରଫ କରିବା ସହ ଚାରି କେଜି ରନ୍ଧା ଝିଙ୍କ ମାଂସ, ଓଜନ କଣ୍ଟା ଓ ଫାସ ଜବତ କରିଥିବା ଜଣା ପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ad-week
Leave A Reply

Your email address will not be published.