ମାଲକାନଗିରି ସୀମାନ୍ତରେ ଯବାନଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ବଡ ଧରଣର ଗୁଳି ବିନିମୟ ଘଟିଥିବା ବେଳେ ଏଥିରେ ଦୁଇ ମାଓବାଦୀ ନିହତ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୂଚନା ଅନୁଯାୟୀ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଥିବା ଦୁର୍ଗମ ଓ ମାଓ ଗଡ କୁହାଯାଉଥିବା ଅବୁଝମାଡ ଜଙ୍ଗଲରେ ଡିଆରଜି, ଏସଟିଏଫ ଓ କୋବ୍ରା ବାହିନୀର ଯବାନ ମାନେ ମାଓ ଦମନ ନିମନ୍ତେ ତଲାସି ଅଭିଯାନ କରୁଥିଲେ। ଏହି ସାମୀରେ ଯବାନଙ୍କୁ ଦେଖି ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀ ମାନେ ଗୁଳି ଚାଳନା କରିଥିଲେ। ଏହି ଗୁଳି ବିନିମୟ ଦୀର୍ଘ ସମୟ ଧରି ଜାରି ରହିଥିବା ବେଳେ ଯବାନଙ୍କ ସାମ୍ନା କରି ନପାରି ମାଓବାଦୀ ମାନେ ଜଙ୍ଗଲ ମଧ୍ୟରେ ଲୁଚି ପଳାଇଥିଲେ। ଏହା ପରେ ଅଞ୍ଚଳରେ ପୁନଃ ତଲାସି ବେଳେ ଯବାନ ମାନେ ଦୁଇଜଣ ମାଓବାଦୀଙ୍କ ମର ଶରୀର, ଏକେ ୪୭ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି।

ad-week
Leave A Reply

Your email address will not be published.