ଆସିକା ଅଞ୍ଚଳ ରେ ଦୀର୍ଘ ଘଣ୍ଟା ହେଲା ବତୀ ଗୋଲ ବାବୁ ମାନଙ୍କ ଫୋନ ବନ୍ଦ….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଟାଟା ପାୱାର ପକ୍ଷରୁ ପ୍ରତି ମାସରେ ମେଣ୍ଟେନେନ୍ସ ନାମରେ ବିଦ୍ୟୁତ କାଟ ହେଉଛି। ଆକାଶ ରେ କଳା ବାଦଲ ହେଉକି ଘଡ଼ଘଡ଼ି ହେଲେ ଟାଟା ପାୱାର ପକ୍ଷରୁ ବିଦ୍ୟୁତ କାଟ ହେବାର ନଜିର ରହିଛି। ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ଦିନ ଦୁଇ ଘଣ୍ଟା ସମୟରୁ ବିଦ୍ୟୁତ କାଟ ହୋଇଯାଇଛି। ଖବର ଲେଖିଲା ପର୍ଯ୍ୟନ୍ତ ତଥା ସନ୍ଧ୍ୟା ୬ ଘଣ୍ଟା ସୁଦ୍ଧା ବିଦ୍ୟୁତ କାଟ ଯୋଗୁଁ ଆସିକା ସହର ଅନ୍ଧାର ରେ ରହିଛି। ଏପଟେ ବିଦ୍ୟୁତ କାଟ ହେବା ପରେ ବାବୁ ମାନଙ୍କ ଫୋନ କାମ କରୁନି। ବାବୁ ମାନଙ୍କୁ କଲ କଲେ ସ୍ବୀଚ ଅଫ କି ନାଟ ରିଚବୁଲ କହୁନି। ଲୋକେ ବିଦ୍ୟୁତ କେବେ ଆସିବ ଚାତକ ଭଳି ଚାହିଁ ରହିଛନ୍ତି। ବାଃ ବାଃ ରେ ଟାଟା ପାୱାର ବୋଲି ଲୋକେ ନିଜର ଭାଗ୍ୟକୁ ନିନ୍ଦୁଛନ୍ତି।

ad-week
Leave A Reply

Your email address will not be published.