
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ରତ୍ନାଳଙ୍କାର ସ୍ଥାନାନ୍ତରଣ ଶେଷ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଏବଂ ପରିଚାଳନା କମିଟିର ପରାମର୍ଶ ଅନୁସାରେ ହୋଇଛି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା । ସକାଳ ୧୦.୫୫ ରେ ବାହାର ରତ୍ନଭଣ୍ଡାର ତାଲା ଖୋଲିଥିଲା । ଏହା ପରେ ଭିତର ରତ୍ନଭଣ୍ଡାର ପାଇଁ ଖଟଶେଜ ଘରୁ ଆଲମିରାକୁ ଭିତର ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯାଇଥିଲା ।
୧୨ ଟି ଆଲମିରାକୁ ଭିତର ରତ୍ନଭଣ୍ଡାରକୁ ନିଆଗଲା। ଦୁଇଟି ଚାବି ପକାଯାଇଛି ଯାହା ଜିଲ୍ଲା ଟ୍ରେଜେରୀରେ ରଖାଯିବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲା ହେବା ସହ ବନ୍ଦ କରାଗଲା । ବାହାର ରତ୍ନଭଣ୍ଡାର ପାଇଁ ଚାଙ୍ଗଡା ଘରୁ ଅଳଙ୍କାର ସ୍ଥାନାନ୍ତର କରାଯାଇି । ରତ୍ନଅଳଙ୍କାର ସ୍ୱଚ୍ଛତା ଅନୁସାରେ ସ୍ଥାନାନ୍ତରିତ କରାଯାଇଛି । ୧୦.୫୫ ରୁ ଏବଂ ୨.୫୫ ଚାରିଘଣ୍ଟା ପର୍ଯ୍ୟନ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇଛି ।
ବର୍ତ୍ତମାନ୍ ଅଳଙ୍କାର ଗଣତିମଣତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା । ଏସଓପି ଅନୁଯାୟୀ ସମସ୍ତ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି ହୋଇଛି । ଭିତର ରତ୍ନଭଣ୍ଡାର ବନ୍ଦ ପରେ ଦୁଇଟା ଚାବିକୁ ଜିଲ୍ଲା ଟ୍ରେଜେରୀରେ ଜମା ଦିଆଯାଇଛି । ବାହାର ରତ୍ନଭଣ୍ଡାର ଚାବି ପରମ୍ପରା ମୁତାବକ ଗଜପତିଙ୍କ ପ୍ରତିନିଧି,,ଶ୍ରୀମନ୍ଦିର ପ୍ରଶାସନ, ଭଣ୍ଡାର ମେକାପଙ୍କ ପାଖରେ ରହିବ ।