
ପାରାଦୀପ: ପାରାଦୀପରେ ଦୁଲୁକୁଛି ବିଶ୍ଵକର୍ମା ପୂଜା । ଏହି ପୂଜାକୁ ନେଇ ଉଠୁଛି ପଡ଼ୁଛି ସହର । ସୁନ୍ଦର ସାଜ ସଜ୍ଜା ସାଙ୍ଗକୁ ତୋରଣର ଝିଲ ମିଲ ଆଲୁଅରେ ଝଲସୁଛି ପାରାଦୀପ ସହର । ହେଲେ ଏହି ପୂଜାରେ ଲୋକେ ବୁଲି ମଜା ନେଉଥିବା ବେଳେ ଗୋଟିଏ ପରିବାର ପାଇଁ ସଜ୍ଜା ହୋଇଯାଇଛି । ଘଟିଯାଇଛି ଦୁଃଖଦ ଘଟଣା । ଦୁର୍ଘଟଣା ଘଟିଲା ହେଲେ ମେଡିକାଲରେ ପହଞ୍ଚିବା ଆଗରୁ ରାସ୍ତାରେ ହିଁ ଜୀବନ ଚାଲିଗଲା ।
ହଁ ଆଜ୍ଞା, ଟ୍ରାଫିକ ଜାମ ଯୋଗୁଁ ଦୀର୍ଘ ଅଢେଇ ଘଣ୍ଟା କାଳ ଫସି ରହିଲା ଆମ୍ୱୁଲାନ୍ସ ଯେଉଁଥିପାଇଁ ଚାଲିଗଲା ଜଣେ ନିରିହର ଜୀବନ ।ପାରାଦୀପ ପ୍ରସିଦ୍ଧ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ପାଇଁ ପ୍ରତେ୍ୟକ ଦିନ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଗତ ରବିବାର ଦିନ ପାରାଦୀପ ଗଡ ନିକଟରୁ ପାରାଦୀପ ସମୁଦ୍ର କୂଳ ପର୍ଯ୍ୟନ୍ତ ଦୀର୍ଘ ୧୫ କିଲୋମିଟର ମୁଖ୍ୟ ରାସ୍ତାରେ ପ୍ରବଳ ଭିଡ ହେବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ।
ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ପାଖରୁ ଆରମ୍ଭ କରି ଚାରି ଚକିଆ ଯାନ ଫସି ରହିଥିଲା । ଯାହା ଫଳରେ ବିଶ୍ଵକର୍ମା ପୂଜା ଦେଖିବା ପାଇଁ ଆସୁଥିବା ଦର୍ଶକ ଏବଂ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ଏହି ସମୟରେ ନେହେରୁ ବଙ୍ଗଳା ଅଞ୍ଚଳର ମହେଶ୍ଵର ଦାସଙ୍କ ପୁଅ ରାକେଶ ଦାସ ନେହେରୁ ବଙ୍ଗଳାରୁ ଅଠରବାଙ୍କି ଆସୁଥିବା ବେଳେ ଘନଗଳିଆ ପୋଲ ନିକଟରେ ତାଙ୍କ ବାଇକକୁ ପଛପଟୁ ଏକ ଗାଡି ଧକ୍କା ଦେଇଥିଲା ଆଉ ସେ ତଳେ ପଡି ଗୁରୁତର ହୋଇପଡିଥିଲେ । ତେବେ ତାଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବି ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ତୁରନ୍ତ କଟକ ନେବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ଆହତ ରାକେଶଙ୍କୁ କଟକ ମେଡିକାଲକୁ ଆମ୍ୱୁଲାନ୍ସ ଯୋଗେ ନେବା ବେଳେ ଟ୍ରାଫିକ ଜାମ ଯୋଗୁଁ ଆମ୍ୱୁଲାନ୍ସ ଦୀର୍ଘ ଅଢେଇ ଘଣ୍ଟା କାଳ ଫସିରହିଥିଲା । ସେହି ଅଢେଇ ଘଣ୍ଟା ମଧ୍ୟରେ ଗୋଟିଏ ଅକ୍ସିଜେନ୍ ସରି ଆଉ ଗୋଟେ ଅକ୍ସିଜେନ ଲଗାଯାଇଥିଲା । ଯିବା ବାଟରେ କନ୍ଦରପୁର ନିଟକରେ ତାଙ୍କର ମୃତ୍ୟୁ ଘଟିଥିଲା । ଯେତେବେଳେ କଟକ ଡାକ୍ତର ଖାନାରେ ପହଞ୍ଚି ରାକେଶକୁ ଡାକ୍ତର ଦେଖାଇଥିଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ତେବେ ବିଶ୍ବକର୍ମା ପୂଜା ଧୁମଧାମରେ କରି ପୂଣ୍ୟ ଅର୍ଜନ କରୁଥିବା ବେଳେ ଜଣକ ଜୀବନ ବଞ୍ଚାଇବା ମଧ୍ୟ ମହତପୂଣ୍ୟ । କିନ୍ତୁ ଆମ୍ବୁଲାନ୍ସକୁ ରାସ୍ତା ଦେବାରୁ ଜଣକ ଜୀବନ ଚାଲଗଲା । ଗୋଟିଏ ପରବାରରେ ଦୁଃଖ ଛାଇଗଲା । ଲୋକେ ସଜାଗ ହେବା ଜରୁରୀ ଆମ୍ବୁଲାନ୍ସକୁ ରାସ୍ତା ନଦେଇ ଯେଉଁ ଭୁଲ କରୁଛନ୍ତି ନିଜକୁ ସୁଧାରିବା ସହ ଆମ୍ବୁଲାନ୍ସକୁ ପ୍ରଥମେ ଯିବାପାଇଁ ବାଟ ଦେବାକୁ ନିଜର କତ୍ତର୍ବ୍ୟ ଭାବିବା ଉଚିତ୍ । ତେବେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଏଥିପ୍ରତି ଧ୍ୟାନ ଦେବାର ଥିଲା ।