ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଅମଳିପାଲିଠାରେ ମୋଦିଙ୍କ ଗସ୍ତକୁ ନେଇ ଚାଲିଛି ପ୍ରସ୍ତୁତି

youtube

ଝାରସୁଗୁଡା: ଆସୁଛନ୍ତି ମୋଦି । ଦ୍ୱିତୀୟ ଥର ପାଇଁ ଝାରସୁଗୁଡାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ରେ ଗଞ୍ଜାମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିଲା । ଲଘୁଚାପ ପାଇଁ ଗଞ୍ଜାମରେ ହେବାକୁ ଥିବା କାର୍ଯ୍ୟକ୍ରମ ବାତିଲି କରି ଝାରସୁଗଡ଼ା ଅମଲିପାଲି ଠାରେ କାର୍ଯ୍ୟକ୍ରମ ହେବ ନେଇ ସୂଚନା ରହିଛି ।

ଏବେ ଅମଳିପାଲିଠାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । କାର୍ଯ୍ୟକ୍ରମସ୍ଥଳୀ ଠାରେ ଉତ୍ତରାଞ୍ଚଳ IG ହିମାଂଶୁ ଲାଲ, ଉତ୍ତରାଞ୍ଚଳ RDC ଅମଲିପାଲି ପଡ଼ିଆ ପରିଦର୍ଶନ କରିଛନ୍ତି । PWD ମୁଖ୍ୟଯନ୍ତ୍ରୀ କାର୍ଯ୍ୟକ୍ରମସ୍ଥଳୀ ଠାରେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରୁଛନ୍ତି। ଏବେ ଅପେକ୍ଷା ରହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚିଠିର ।

ଦ୍ଵିତୀୟ ଥର ପାଇଁ ଝାରସୁଗୁଡାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନାନୁସାରେ ଆସନ୍ତା ୨୭ତାରିଖରେ ଗଞ୍ଜାମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିଲା, ଲଘୁଚାପ ଯୋଗୁଁ ଗଞ୍ଜାମରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରି ଝାରସୁଗୁଡାର ଅମଳିପାଲିଠାରେ ୨୭ ସେପ୍ଟେମ୍ବରରେ କାର୍ଯ୍ୟକ୍ରମ ହେବ ବୋଲି ଗତକାଲି ରାଜ୍ୟ ବିଜେପି ସଭାପତି ସୂଚନା ଦେଇଥିଲେ । ଆଜି ସେହି ପଡିଆ ଠାରେ ଷ୍ଟେଜ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ପୂର୍ତ୍ତି ବିଭାଗର ଅଧିକାରୀ ମାନେ ସେଠାରେ ରହି ଷ୍ଟେଜ କାର୍ଯ୍ୟ ତଦାରଖ କରୁଛନ୍ତି ।

Leave A Reply

Your email address will not be published.