ଆଠଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡା ପଞ୍ଚାୟତ ଅନ୍ତର୍ଗତ ଡ।ଇଗୁଡା ଗ୍ରାମର ଜୈନିକ ଚାଷୀ ଜଣଙ୍କ ନିଜର ଧାନ ବିଲରେ ସାର ମାରିବା ପାଇଁ ଯାଇ ବିଲରେ ସାର ମାରିବା ସମୟରେ ବିଲରେ ଏକ ବିରାଟ କାୟ ଅଜଗର ସାପ ସୋଇଥିବା ଚାଷୀ ଜଣଙ୍କ ଦେଖି ନପାରି ସାପ ର ଲାଂଗୁଳ ଉପରେ ପାଦ ପଡି ଯାଇଥିଲା ପାଦ ପଡିବା ପରେ ଜୈନିକ ଚାଷୀ ଜଣଙ୍କ ଭୟଭୀୟ ହୋଇ ଚିତ୍କାର କରିଥିଲେ ଏବଂ ଭୟଭୀତ ହୋଇ ଚାଷୀ ଜଣକ ବିଲରୁ ବାହାରି ହିଡ଼ ଉପରରକୁ ଚାଲି ଆସି ଚିତ୍କାର କରିବା ପରେ ଚିତ୍କାର ଶୁଣି ଗ୍ରାମବାସୀ ଯାଇ ପହଞ୍ଚି ଥିଲେଏବଂ ସାପଟିକୁ ଧରିବା ପାଇଁ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ବନ ବିଭାଗର ଅଧିକାରୀ ଓ କର୍ମଚାରୀ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆସି ପାରି ନଥିଲେ ତାହାରି ଭିତରେ ଗ୍ରାମବାସୀ କଣ କରିବେ ବୋଲି ଉପାୟ ନପାଇ ବାଧ୍ୟ ହଇ ଗ୍ରାମର କିଛି ସାହସୀ ଯୁବକ ସାପ ଟିକୁ ଧରିବା ପାଇଁ ଆଗକୁ ବାହାରିଥିଲେ ଯାହା ହେଉ ଗ୍ରାମର ଯୁବକ ମାନେ ବହୁ ପରିଶ୍ରମ କରିବା ପରେ ଶେଷରେ ସାପଟିକୁ ଧରିବାରେ ସକ୍ଷମ ହୋଇଥିଲେ ଏବଂ ଧାନ ବିଲରୁ ସାପଟିକୁ ଧରିବା ପରେ ବିଲ ପାଖରେ ଥିବା ଏକ ପଡିଆ କୁ ଦେଖିଲା ବେଳକୁ ପ୍ରାୟ ଆଠ ରୁ ଦଶ ଫୁଟ ଲମ୍ବର ଅଜଗର ସାପ ଟି ହେବ ବୋଲି ଆକଳନ କରିଥିଲେ ଶେଷରେ କିଛି ସମୟ ଧରି ଗ୍ରାମବାସୀ ତଥା ଆଖପାଖ ଗ୍ରାମର ଲୋକମାନେ ଦେଖିବା ପରେ ଯୁବକ ମାନେ ଗ୍ରାମ ନିକରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିଲେ

Leave A Reply

Your email address will not be published.