ବାଲି ମାଫିଆମାନଙ୍କ ଦ୍ୱାରା ବଡ଼ ନଦୀବନ୍ଧକୁ କାଟି ଚୋରା ରେ ଚାଲିଛି ବାଲିଚାଲାଣ….!

add-all

ଜଳ ସମ୍ପଦ ବିଭାଗ ଓ ପ୍ରଶାସନ ଜଳକା….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବହୁ ନଦୀ ବନ୍ଧକୁ କାଟି ବାଲି ମାଫିଆ ମାନେ ଚୋରା ବାଲି ଚାଲାଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ଭଞ୍ଜନଗର ଜଳ ସେଚନ ବିଭାଗ ଅଧିନ ରେ ଥିବା ଗବନଳା ନିକଟରେ ଥିବା ବଡ଼ ନଦୀର ବନ୍ଧକୁ ବାଲି ମାଫିଆ ମାନେ କାଟି ଦେଇଥିବା ଯୋଗୁଁ ନଈ କୁଳିଆ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି।ବର୍ତ୍ତମାନ ପ୍ରତି ସପ୍ତାହ ରେ ଲଘୁଚାପ ସାଙ୍ଗକୁ ବଡ଼ ନଦୀରେ ଦୁଇ କୂଳରେ ବର୍ଷା ଜଳ ପ୍ରବାହିତ ହେଉଛି। ଏପଟେ ବାତ୍ୟା ହେବାର ସମ୍ଭାବନା ରହିଥିବା ବେଳେ ଏଭଳି ପରିସ୍ଥିତି ରେ ନଦୀ ବନ୍ଧକୁ ନିଜର ସ୍ୱାର୍ଥ ପାଇଁ ବାଲି ମାଫିଆ ମାନେ କାଟି ଦେଉଥିଲେ ବି ଜଳ ସମ୍ପଦ ପକ୍ଷରୁ କୌଣସି ପଦକ୍ଷେପ ନେଉଥିବା ଯୋଗୁଁ ଏଭଳି ନଦୀ ବନ୍ଧ କାଟିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାର ନଦୀ ବନ୍ଧ ନିର୍ମାଣ ଏବଂ ମରାମତି ଓ ସୁରକ୍ଷା ପାଚେରୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବାଲି ମାଫିଆ ମାନେ ସେମାନଙ୍କ ସ୍ୱାର୍ଥ ପାଇଁ ଯେଉଁଠି ଚାହିଁବେ ସେଇଠି ନଦୀ ବନ୍ଧ କୁ କାଟି ବାଲି ଲୁଟୁଛନ୍ତି।

ad-week
Leave A Reply

Your email address will not be published.