
କୋଟପାଡ଼ : କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ରାସ୍ତାଘାଟର ଅବସ୍ଥା ଅତି ଦୟନୀୟ ସ୍ଥିତିରେ l କେଉଁଠି ନାଳର ଦୁର୍ଗନ୍ଧ ଅଳିଆପାଣି ରାସ୍ତା ଉପରେ ଭାସୁଛି ତୋ ଆଉ କେଉଁଠି ରାସ୍ତା ଖାଲଖମାରେ ପାଣି ଜମା ହୋଇ ଜନସାଧାରଣଙ୍କ ସକାଶେ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି l ପlର୍ବଣ ସମୟରେ ମଧ୍ୟ ପରିଷଦ ଅଧିକାରୀ କର୍ମଚାରୀଙ୍କ ଦୃଷ୍ଟି ଏଠାରେ ପଡ଼ୁନି l
ଦୁଇ ନମ୍ବର ୱାର୍ଡ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ ଦୈନିକ ହଜାର ହଜାର ଲୋକ ଯିବା ଆସିବା କରନ୍ତି l ନିକଟରେ ରହିଥିବା ନାଳରୁ ଦୁର୍ଗନ୍ଧ ଅlବର୍ଜ଼ନା ମଇଳା ପାଣି ରାସ୍ତା ଉପରେ ଭାସୁଛି l ଅନେକ ଲୋକ ବାଧ୍ୟ ହୋଇକି ଯାତାୟାତ କରୁଛନ୍ତି l ଅନ୍ୟ ପକ୍ଷରେ ଜାତୀୟ ଡାକବଙ୍ଗଳା ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ପେବେର ବ୍ରିକ୍ସ ରାସ୍ତାଟି ନିର୍ମାଣ କରାଯାଇଛି l ହେଲେ ବର୍ତମାନ ସେଠାରେ ଦେଢ଼ଫୁଟରୁ ଅଧିକ ଖାଲଖମା ସୃଷ୍ଟି ହୋଇ ପାଣି ଜମା ହୋଇ ରହିଛି l କେତେବେଳେ ଯେ, କୌଣସି ଯାନବାହାନ ଇତ୍ୟାଦି ଦୁର୍ଘଟଣାଗ୍ରସ୍ତ ହେବ ଏହାକୁ ଏଡାଇ ଦିଆଯାଇପାରିବନି l ସେହିପରି ଦଶ ନମ୍ବର ୱାର୍ଡର ମlଙ୍ଗଲୀ ସାହିରୁ ମିଶନ କମ୍ପାଉଣ୍ଡ ଆପ୍ରଚ ରାସ୍ତା ମଧ୍ୟ ଅତି ଶୋଚନୀୟ ସ୍ଥିତିରେ ରହିଥିବା ବେଳେ ପରିଷଦ ଅଧିକାରୀ/କର୍ମଚାରୀ ମାନଙ୍କ ନଜରରେ କେବେ ଆସିବ ଦେଖିବାକୁ ବାକି ରହିଲା l