
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ନାୟକଗୁଡା ଠାରେ ଏକ କାର ଦୁର୍ଘଟଣାରେ ବୃଦ୍ଧା ମୃତ।ସୂଚନା ନେବାରୁ ମାଥିଲି ବ୍ଲକ ନାୟକ ଗୁଡା ପଞ୍ଚାୟତ ଅନ୍ତର୍ଗତ ସିରା ଗୌଡ଼ ଗୁଡା ଗ୍ରାମର ମୁକୁନ୍ଦ ମଲଲୀ (65)ନାମକ ଜଣେ ବୃଦ୍ଧା ତାଙ୍କର କୌଣସି ଏକ କାର୍ଯ୍ୟ ପାଇଁ ନାୟକଗୁଡା ପଞ୍ଚାୟତ ସଦର ମହକୁମା କୁ ଯାଉଥିବା ସମୟରେ ମାଲକାନଗିରି ର ଜଣେ ବ୍ୟବସାୟୀ ଜୟପୁର ଅଭିମୁଖେ ଯାଉଥିବା କାର ନମ୍ବର ଓଡ଼ି-୩୦ଏଚ-୦୦୩୦ ମହିନ୍ଦ୍ରା ଏକ୍ସୟୁଭି-୭୦୦ ଏକ କାର ୩୨୬ ନମ୍ବର ଜାତୀୟ ରାଜପଥ ନାୟକଗୁଡା ଠାରେ ବୃଦ୍ଧା ଜଣଙ୍କୁ ସମ୍ନାରୁ ଧକ୍କା ଦେଇଥିଲା।କାର ଟି ଦୁର୍ଘଟଣା କରିବା ପରେ ବୃଦ୍ଧା ଜଣଙ୍କ ଖୁବ ଜୋରରେ ପିଚୁ ରାସ୍ତା ଉପରେ ପଡି ଯାଇଥିଲା। କାର ଟି ଏପରି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକମାନେ ମାନେ କାର ଟିକୁ ଅଟକ ରଖିବା ସହିତ ମୁକୁନ୍ଦ କୁ ସଙ୍ଗେ ସଙ୍ଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ।କିନ୍ତୁ ମୁକୁନ୍ଦ ର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ନହେବାରୁ ତାଙ୍କୁ ଡାକ୍ତରଅଧିକ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ।ମୁକୁନ୍ଦ ର ସମ୍ପର୍କୀୟ ମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ।କିନ୍ତୁ ମୁକୁନ୍ଦ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବା ପରେ ଡାକ୍ତର ମାନେ ଚିକିତ୍ସା କରିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଘୋଷଣା କରିଥିଲେ ଡାକ୍ତର।ମାଥିଲି ପୋଲିସ ଖବର ପାଇ କାର ଟିକୁ ଜବତ କରିଛନ୍ତି। ଯେହେତୁ ଯେଉଁଠି କାର ଦୁର୍ଘଟଣା ଘଟିଛି ସେହି ସ୍ଥାନଟି ମାଲକାନଗିରି ଟାଉନ ଥାନାର।ସେଥିପାଇଁ ଟାଉନ ଥାନାରେ କେଶ ହେବ ଓ ଟାଉନ ଥାନା ପୋଲିସ ତଦନ୍ତ କରିବେ ବୋଲି ମାଥିଲି ଥାନା ଅଧିକାରଣୀ ଦୀପଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି।