

ଜଣେକୁ ଗୁରୁତର ଅବସ୍ଥାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ…
କୋଟପାଡ଼ : 24/09/25 —ସଡ଼କ ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଚାଳକଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ ଜଣେ ଚlଳକଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଆତ୍ମୀୟସଜନ ଘରେ ନେଇ ଚାଲିଯାଇଛନ୍ତି l ସୂଚନା ଆଧାରରେ, କୋଟପାଡ଼ ବାସୁଗୁଡା ନିବାସୀ ସୁବ୍ରତ ହରିଜନ (22) ଏବଂ ଅlମ୍ଲାଭlଟା ଗ୍ରାମର ଭଗତରାମ ଗଣ୍ଡା (35) ମୋଟର ସାଇକେଲ ଦ୍ରୁତ ଗତିରେ ଚାଳନା କରୁଥିଲେ l ଜାତୀୟ ରାଜପଥ (63) ଏନ.ଏ.ସି.କାର୍ଯ୍ୟାଳୟ ସମ୍ମୁଖରେ ଆମ୍ନାସାମ୍ନା ଧକ୍କା ହେବା ଫଳରେ ଦୁଇଜଣ ଚାଳକ ମୋଟର ସାଇକେଲରୁ ତଳେ ଛିଟିକି ପଡିଥିଲେ l ସୁବ୍ରତ ଏବଂ ଭଗତରlମର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଓ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଦୁଇ ଜଣକୁ କୋଟପାଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l ଭଗତରାମର ସ୍ଥିତି ଗମ୍ଭୀର ହୋଇଥିବା ଯୋଗୁଁ ପ୍ରାଥମିକ ଚିକତ୍ସା ପରେ ଜ଼ିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l ଅନ୍ୟ ପକ୍ଷରେ ସୁବ୍ରତକୁ ପ୍ରାଥମିକ ଚିକତ୍ସା ପରେ ଘରକୁ ପଠାଇ ଦିଆଯାଇଛି lଦୁର୍ଘଟଣା ସ୍ଥଳରେ ପୋଲିସ ପହଂଚି ଦୁଇଟି ମୋଟର ସାଇକେଲକୁ ଜବତ କରି ଥାନାକୁ ନିଆଯାଇ ତଦନ୍ତ l କରୁଥିବା ଜଣାପଡିଛି l