୫ ରାଜ୍ୟସଭା ଆସନ ପାଇଁ ଘୋଷଣା ହେଲା ଉପନିର୍ବାଚନ ତାରିଖ

youtube

ନୂଆଦିଲ୍ଲୀ: ୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କାଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା କରାଯାଇଛି ।

ଆସନ୍ତା ଅକ୍ଟୋବର ୨୪ରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସାଂସଦ ସଞ୍ଜୀବ ଆରୋରାଙ୍କ ଇସ୍ତଫା ପରେ ପଞ୍ଜାବର ରାଜ୍ୟସଭା ଆସନ ଖାଲିପଡିଥିଲା । ସେପଟେ ୨୦୧୯ରେ ଯେତେବେଳେ ଧାରା ୩୭୦ ଉଚ୍ଛେଦ ହେଲା ସେବେଠାରୁ ଜମ୍ମୁ ଓ କାଶ୍ମୀରର ଚାରୋଟି ରାଜ୍ୟସଭା ଆସନ ଖାଲି ପଡିଛି ।

Leave A Reply

Your email address will not be published.