
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଆଶ୍ରମର ନିର୍ଦ୍ଦେଶକଙ୍କ ଉପରେ ୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁଯାୟୀ ଆଶ୍ରମର ନିର୍ଦ୍ଦେଶକ ଚିନୟାମା ନନ୍ଦଙ୍କ ବିରୋଧରେ ୧୫ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ୱାର୍ଡେନ ଛାତ୍ରୀମାନଙ୍କୁ ଅଭିଯୁକ୍ତଙ୍କ ସହ ପରିଚୟ କରାଇଥିଲେ । ଅଭିଯୋଗ ହେବା ପରେ ପୁଲିସ ବସନ୍ତ କୁଞ୍ଜ ଉତ୍ତର ପୁଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ବାବାଙ୍କୁ ଧରିବାକୁ ଛାନଭିନ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ ଅଭିଯୁକ୍ତ ବାବାଙ୍କୁ ଧରିବାକୁ ଶେଷ ସ୍ଥାନ ଆଗ୍ରାର ଆଖାପାଖରେ ଚିହ୍ନଟ କରାଯାଇଛି । ପୀଡିତାଙ୍କ ବୟାନ ୧୬୪ ଧାରା ଅନୁଯାୟୀ ବିଚାରପତିଙ୍କ ସମ୍ମୁଖରେ ରେକର୍ଡ କରାଯାଇଛି । ୩୨ଜଣ ଛାତ୍ରୀଙ୍କ ମଧ୍ୟରୁ ୧୭ଜଣ ଛାତ୍ରୀ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି । ଛାତ୍ରୀମାନେ କହିଛନ୍ତି ଯେ ସେମାନଙ୍କୁ ଅପମାନଜନକ ଭାଷା, ଅଶ୍ଳୀଳ ହ୍ୱାଟସଆପ୍ ମେସେଜ୍ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା । ଆଶ୍ରମର ନାମ ଶ୍ରୀ ଶାରଦା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଏବଂ ଅଭିଯୁକ୍ତ ହେଉଛନ୍ତି ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥି ।
ପୁଲିସ ଏହି ଘଟଣାରେ ସଂପୃକ୍ତଙ୍କ ବାବାଙ୍କ ବିଳାସପୂର୍ଣ୍ଣ କାର ଜବତ କରିଛି । ଯେଉଁଥିରେ ଅଭିଯୁକ୍ତ ଅପରେଟର ଏକ ନକଲି ଜାତିସଂଘ ଦୂତାବାସ ନମ୍ବର ପ୍ଲେଟ୍ ଲଗାଇଥିଲେ ।