ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ବସ ଓ ମାଲବାହି ଟ୍ରକ ମୁହାଁ ମୁହିଁ ଧକ୍କା : ୬ଜଣ ମୃତ୍ୟୁ ୧୫ ରୁ ଉର୍ଦ୍ଧ୍ବ ଗୁରୁତର ଆହତ…

youtube

ତିନି ମହିଳା ଓ ତିନି ପୁରୁଷ ମୃତ….

ବଣାଇଁ ୨୫/୦୯ ବଣାଇଁ ଉପଖଣ୍ଡର କ ବୋଲଙ୍ଗ ଥାନା ଅନ୍ତରର୍ଗତ ୫୨୦ ଜାତୀୟ ରାଜପଥ ରାସ୍ତାର ସନମବୁରୁ ନିକଟରେ ଆଜି ଦିନ11:15 ସମୟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳା ସମେତ ୬ ମୃତ୍ଯୁ ହୋଇଥିବା ବେଳେ ୧୫ ରୁ ଉର୍ଦ୍ଧ୍ବ ଆହାତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ରାଉରକେଲାରୁ କୋଇଡା ଅଭିମୁଖେ ଯାଉଥିବା ଲିଙ୍ଗରାଜ ନାମକ ଯାତ୍ରୀବାହୀ ଓଡି ୨୩ ସି ୮୭୭୭ ବସ୍ ସମ୍ମୁଖ ଭାଗ ପଟୁ ଏକ ମାଲ୍ ବୋଝେଇ ଟ୍ରକ୍ ନମ୍ବର ସିଜି ୨୨ଏ ଏଫ ୯୨୭୩ ସହିତ ମୁହା ମୁହିଁ ଧକ୍କା ହେବା ଫଳରେ ବସରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ହେବ ଗୁରୁତର ଆହତ ମାନେ କେବଲାଙ୍ଗ ଚିକିତ୍ସାଲୟ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଚିକିତ୍ସାଲୟ କୁ ସ୍ଥାନାନନ୍ତ୍ରିତ କରାଯାଇଛି।ରାସ୍ତା ରେ ଯାଉ ଥିବାବେଳେ ରାସ୍ତାରେ ଜଣକର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାର ଖବର ପାଇ ସ୍ଥାନୀୟ କେବଲାଙ୍ଗ ପୋଲିସ ଓ ଲହୁଣୀପଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ହାଇଡ୍ରୋଲିକ କଟର ଦ୍ବାରା ବସ କୁ କାଟି ଉଦ୍ଧାର କାର୍ଯ୍ୟ କରିଥିଲେ ସହିତ ଗୁରୁତର ଅବସ୍ଥାରେ ଆହାତ ହୋଇଥିବା ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠେଇ ଥିଲେ। ମୃତ ହେଇଥିବା ଲୋକମାନେ ହେଲେ ଗାଡିର କଣ୍ଡକ୍ଟର ଲାଠିକଟା ଅଞ୍ଚଳର ଶବର ବଳ(52), କେବଳଙ୍ଗ ଥାନା ଅନ୍ତର୍ଗତ ସାନ ରାକ୍ସୀ ର ପୁଷ୍ପା ଗୋପ (୫୬), ଲହୁଣୀପଡା ଥାନା ଅନ୍ତର୍ଗତ ବରସୁଆଁ ର ମେରୀ ନାଗ(45),କେବଳଙ୍ଗ ଥାନା ଅନ୍ତର୍ଗତ ରାକ୍ସୀ ର ସତ୍ୟଭାମା ଠାକୁର ଓ କେବଳଙ୍ଗ ଥାନା ଅନ୍ତର୍ଗତ ମଞ୍ଚାବେଡ଼ ର କରମ ପାଲ ସିଂ ଏବଂ ରାଉରକେଲା ଯାଉ ଥିବା ଗୁରୁତର ଆହତ ଲୋକ ର ପରିଚୟ ମିଳିପାରି ନାହିଁ। ମୃତ ଶରୀର ସବୁକୁ ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖା ଯାଇଛି ଆଜି ଶବ ବ୍ୟବଚ୍ଛେଦ କରି ପରିବାର ଲୋକେ ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ର ମୁଖ୍ୟ କାରଣ ହେଲା ବସ ଟି ରଙ୍ଗ ରାସ୍ତା ରେ ଯାଉ ଥିଲା ଫଳରେ ଏହି ଦୁର୍ଘଟଣା ଘଟିଥିଲା। କେବଲାଙ୍ଗ ରୁ ରାକ୍ସି ମଧ୍ୟରେ ୨ ରୁ ୩ କିଲୋମିଟର କିନ୍ତୁ ମଝିରେ ଏକ ରେଲୱେ ଫାଟକ ରହିଛି ସେହି ରେଲୱେ ଫାଟକ ଉପରେ ଏକ ଓଭର ବ୍ରିଜ ନିର୍ମାଣ କରାଯିବ ବୋଲି କିନ୍ତୁ ଆଜି ପର୍ଯ୍ୟନ୍ତ ହେଇ ପାରିଲ ନାହିଁ। ତେଣୁ ଅଧିକାଂଶ ସମୟରେ ଗାଡି ଗୁଡିକ ଜାମ ରହିଥାଏ ଏଣୁ ବସ ଗୁଡିକ ଟାଇମ ଧରିବା ପାଇଁ ରଙ୍ଗ ରାସ୍ତା ରେ ଯାଇଥାନ୍ତି। ପୋଲିସ ବି ଏଥିପ୍ରତି ନିରବ ଦ୍ରଷ୍ଟା ସାଜିଛି ବୋଲି ଲୋକେ ମନେ ଚର୍ଚ୍ଚା କରୁଛନ୍ତି।

Leave A Reply

Your email address will not be published.