ଆସିକା ପୂର୍ତ୍ତ ବିଭାଗରେ ହୋଇଥିବା ଦୁର୍ନୀତି ର ତଦନ୍ତ ନାଲି ଫିତା ତଳେ ଦବାଇ ଦିଆଗଲା… !

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସର୍ବାଧିକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇ ଆସୁଛି। ସେଥି ମଧ୍ୟରୁ ପୂର୍ତ୍ତ ବିଭାଗ ରେ ମାତ୍ରାଧିକ ଦୁର୍ନୀତି ହୋଇଥିବା ବିଭିନ୍ନ ସମୟ ରେ ଅଭିଯୋଗ ହେଇଛି। ଆସିକା ଉପଖଣ୍ଡ ଚିକିତ୍ସା ଳୟ, ଇଣ୍ଡୋର ଷ୍ଟେଡିୟମ, ହରିହର ହାଇସ୍କୁଲ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ମରାମତି ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। କ୍ୱାଲିଟି କଣ୍ଟ୍ରୋଲ ବିଭାଗ ପକ୍ଷରୁ ଯାଞ୍ଜ କରିବା ପରେ ଆଜି ସୁଦ୍ଧା ଉକ୍ତ ତଦନ୍ତ ନାଲି ଫିତା ତଳେ ସୀମିତ ଅଛି। ଆସିକା ପୂର୍ତ୍ତ ବିଭାଗ ରେ ଦାୟିତ୍ୱ ରେ ଥିବା ଅଧିକାରୀଙ୍କୁ କୌଣସି ତଥ୍ୟ ମାଗିଲେ ଅଫିସ କୁ ଆସିବାକୁ ଡାକରା ହୁଏ ଯଦି ଗଲେ ଖାକି କଭର ଭିତରେ କିଛି ଅର୍ଥ ଦେଉଥିବା ଚର୍ଚ୍ଚା ଜୋର ଧରିଛି। ଏବେ ଦଶହରା ପର୍ବର ଆଳ ସାଙ୍ଗକୁ ପରମ୍ପରା କୁ ଢାଲ କରି ବହୁ ବ୍ୟକ୍ତିଙ୍କ ନାମ ଥିବା ଲଫାଫା ଧରି ବାହୁବଳି ସ୍ଥାନୀୟ ଜଣେ କର୍ମଚାରୀ ଧରି ବୁଲୁଥିବା ଦେଖିବାକୁ ମିଳୁଛି। ଆସିକା ଅଞ୍ଚଳ ରେ ପୂର୍ତ୍ତ ବିଭାଗ ରେ ହୋଇଥିବା ଦୁର୍ନୀତି ଭିଜିଲାନ୍ସ ଦ୍ୱାରା ତଦନ୍ତ ହେଲେ କୁବେର ବାବୁ ମାନଙ୍କ ଅସଲ ମୁଖା ଖୋଲିଯିବ।

ad-week
Leave A Reply

Your email address will not be published.