ସ୍କୁଟି ଉପରେ ଚଢ଼ିଗଲା ହାଇୱା, ସ୍ବାମୀ-ସ୍ତ୍ରୀ ମୃତ, ୨ ପିଲା ଗୁରୁତର

youtube

ବରଗଡ଼ :  ବରଗଡ଼ ସହର ସ୍ଥିତ ଗୁରୁଦ୍ୱାରା ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ଛୁଆଙ୍କ ଆଖି ସାମ୍ନାରେ ଚାଲିଗଲା ମାଁ-ବାପାଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ବରଗଡ଼ ସହର ସ୍ଥିତ ଗୁରୁଦ୍ୱାରା ଛକ ଠାରେ । ସ୍କୁଟି ଉପରେ ମାଡିଗଲା ହାଇୱା ଗାଡି । ଦୁର୍ଘଟଣା ସ୍ଥଳରେ ପତି – ପତ୍ନୀ ମୃତ ।  ୨ ଛୁଆ ଗୁରୁତର ।

ସୂଚନା ଅନୁସାରେ, ସ୍କୁଟିକୁ ପଛପଟୁ  ହାଇୱା ଗାଡି ଚଢି ଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।  OD 17 A C 2894 ନମ୍ବରର ଏକ ହାଇୱା ଗୁରଦ୍ୱାରା ଛକ ଆଡୁ ଆସି OD 17 A F 1757 ର ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇ ଦଳି ଦେଇଥିଲା ଫଳରେ ଘଟଣା ସ୍ଥଳରେ  ସ୍କୁଟିରେ ଥିବା ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି ।  ମୃତ ଦମ୍ପତି ହେଲେ ଅମ୍ବାଭୋନାର କୁନ୍ତଳା ଡୁଙ୍ଗୁରି ଓ ହରେକୃଷ୍ଣ ଡୁଙ୍ଗୁରି ।  ହାଇୱା ଡ୍ରାଇଭର ଗାଡି ଭିତରେ ରହିଥିବା ବେଳେ ପୋଲିସ ଉପସ୍ଥିତ ରହିଛି । ଦୁର୍ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ବରଗଡ଼ ପୋଲିସ ପହଞ୍ଚିଛି ଏହି ଅଘଟଣର ତଦନ୍ତ କରୁଛି ।

Leave A Reply

Your email address will not be published.