ମୋଟୁ ଠାରୁ ଆରମ୍ଭ ହେଲା କଂଗ୍ରେସ ପିସିସି ସଭାପତି ଭକ୍ତ ଦାସଙ୍କ “ଗାନ୍ଧୀ ପଥେ ଓଡିଶା” ପଦଯାତ୍ରା

add-all

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ମୋଟୁ ଠାରୁ ଆରମ୍ଭ ହେଲା ରାଜ୍ୟ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ “ଗାନ୍ଧୀ ପଥେ ଓଡିଶା” ପଦଯାତ୍ରା। ପ୍ରଥମେ ମୋଟୁ ସ୍ଥିତ ମୁଗି ପଏଣ୍ଟ ଠାରେ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଏକ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ସରକାର ଙ୍କ ମିଛ ପ୍ରତିଶୃତି ଏବଂ ଭୋଟ ଚୋରି ଉପରେ ଭାଷଣ ଦେଇ ବର୍ଷିଥିଲେ। ଏହାପରେ ଏକ ବିଶାଳ ପଦଯାତ୍ରା ରେ ମୋଟୁ ଠାରୁ ନିଜର ପଦଯାତ୍ରା ଆରମ୍ଭ କରିଥିଲେ ପିସିସି ସଭାପତି ଶ୍ରୀ ଦାସ। ଏହି ପଦଯାତ୍ରା ରେ ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡାମ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ରାଜ୍ୟ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, ଜିଲ୍ଲା କଂଗ୍ରେସ ନେତା ମାଲା ମାଢ଼ିଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ନେତାମାନେ ସାମିଲ ହୋଇଥିଲେ। ଆଜି ଲଗାଣ ବର୍ଷା ହେବା ସତ୍ତ୍ୱେ ମଧ୍ୟ ଏହି ବିଶାଳ ପଦଯାତ୍ରାରେ କଂଗ୍ରେସ ର ଶତାଧିକ କର୍ମୀ ସାମିଲ ହୋଇଥିଲେ। ଆଜି ରାତ୍ର ସମୟରେ ପିସିସି ସଭାପତି ପୋଟେରୁ ସ୍ଥିତ ହରିଚାନ୍ଦ ଆଶ୍ରମରେ ବିଶ୍ରାମ ନେବାର ବ୍ୟବସ୍ଥା କରାଯାଇଥିବା କଂଗ୍ରେସ ପକ୍ଷରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.