
କୋଟପାଡ଼ : କୋରାପୁଟ ଜ଼ିଲ୍ଲା ସୀମାନ୍ତ ବ୍ଲକ କୋଟପାଡ଼ର ଆଭ୍ୟନ୍ତରୀଣ ଅଞ୍ଚଳରେ ହେଉ ଥିବା ମନରେଗା କାର୍ଯ୍ୟରେ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି l ଏଠାରେ ବେସରକାରୀ ଜମିରେ ଖେଳପଡ଼ିଆ ନିର୍ମିତ ହୋଇଥିବା ବେଳେ, କେଉଁ ପରିସ୍ଥିତିରେ ଏବଂ କାହା ସ୍ୱାର୍ଥରେ ଏଭଳି ଅନିୟମିତତା ହୋଇଛି, ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ପ୍ରକଶ ଥାଉକି, ଏହି ଜମି ତିନିଜଣଙ୍କ ନାମରେ ପଟ୍ଟା ରହିଛି l ହେଲେ କେଉଁଭଳି ଭାବେ ଓ କେଉଁ ମାନଙ୍କ ଦ୍ୱାରା ଜମି ଚିହ୍ଣଟ କରାଯାଇ ସରକାରୀ ଅର୍ଥକୁ ବିନିଯୋଗ କରାଗଲା… ତଦନ୍ତ ସାପେକ୍ଷ l ଏମିତି ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାର କାମରେ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଛି l କେନ୍ଦ୍ର ସରକାର ମନରେଗା ଯୋଜନାରେ ଗ୍ରାମୀଣ ଅଞ୍ଚଳର ବେରୋଜଗାରଙ୍କୁ ରୋଜଗାର ଯୋଗାଇବା ଉଦ୍ଦେଶ୍ୟ ନେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କିଛି ମୁଷ୍ଟିମେୟ ଠିକାଦାର, ସ୍ଥାନୀୟ ପ୍ରଶାସନ ଯେତେସବୁ ଆଇନ କାନୁନକୁ ଉଲଙ୍ଘନ କରି ନିଜ ନିଜର ସ୍ୱାର୍ଥ ପୁରଣ କରିବାରେ ଲାଗିପଡ଼ିଛନ୍ତି l
ଛତର୍ଲl ପଞ୍ଚାୟତ ଅନ୍ତର୍ଗତ ମୋକlଗାଁର ଏକ ବେସରକାରୀ ଜମିରେ ମନରେଗା ଯୋଜନାରେ ଖେଳପଡ଼ିଆ ଏବଂ ଟ୍ରେଂଚ କାମ 2020-21 ମସିହାରେ ନିର୍ମାଣ କରାଯାଇଛି l ଏଠାରେ ଖେଳପଡ଼ିଆ ନିର୍ମାଣ ବାବତରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବାକୁ ନେଇ ସୂଚନା ପ୍ରଦାନ କରାଯାଇଥିଲା l ପରବର୍ତ୍ତୀ ସମୟରେ ଖେଳପଡ଼ିଆଟି ବେସରକାରୀ ଜମିରେ ନିର୍ମିତ ହୋଇଥିବାକୁ ନେଇ ତଥ୍ୟ ହସ୍ତଗତ ହେଲlପରେ, ଏ ସମ୍ପର୍କରେ ପଞ୍ଚାୟତ ଅଧିକାରୀଙ୍କୁ ଯୋଗାଯୋଗ କରି ଖେଳପଡ଼ିଆ ବିଷୟରେ ବୁଝିବାରୁ ଏ ବିଷୟରେ ସେ କିଛି ଜାଣି ନ ଥିବା କହିଛନ୍ତି l ଏଠାରେ ପ୍ରକାଶ କରାଯାଇପାରେ ଯେ, କେଉଁ ପ୍ରକାର ଚାପ ଏବଂ କାହାର ନିର୍ଦ୍ଦେଶରେ ବେସରକାରୀ ଜମିରେ ମନରେଗା କାମ କରାଗଲା ଓ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା ତଦନ୍ତ ସାପେକ୍ଷ l