ତୁଟୁନି ସାର ସମସ୍ୟା କୁକୁଡ଼ାଖଣ୍ଡି କୃଷି ସମବାୟ ସମିତିରେ ପିଡିଆ ସାର ପାଇଁ କୃଷକ ମାନଙ୍କ ମଧ୍ୟରେ ଠେଲାପେଲା….!

add-all


ଚାଷୀଙ୍କୁ ସାର ଯୋଗାଇବା ରେ ସରକାର ବିଫଳ….!
ବ୍ରହ୍ମପୁର:ସାରା ଗଞ୍ଜାମ ଜିଲ୍ଲାରେ ସାର ର ଅଭାବ ଦେଖା ଦେଇଛି। ଯେଉଁ ସମୟରେ ଚାଷୀମାନଙ୍କୁ ଚାଷ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ରହିବା କଥା ସେହି ସମୟରେ ସାର ପାଇଁ ଘଣ୍ଟା ଘଣ୍ଟା ଲାଇନ ରେ ଛିଡା ହେଲେବି ସାର ମିଳୁନାହିଁ। ଆଜି କୁକୁଡାଖଣ୍ଡି କୃଷି ସମବାୟ ସମିତି ରେ ଚାଷୀ ମାନଙ୍କ ଭିଡ଼ ଜମିଥିଲା ସାର ପାଇଁ ଠେଲା ପେଲା ସାଙ୍ଗକୁ ଚାଷୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ଡ଼ବଲ ଇଞ୍ଜିନ ସରକାର ଚାଷୀଙ୍କୁ ସାର ଦେବାରେ ବିଫଳ ହୋଇ ଡବଲ ଦୁଃଖ ଦେଇଛି।ନୋଟ ବନ୍ଦୀ ସମୟରୁ ସାଧାରଣ ଲୋକେ ଲାଇନ ରେ ଠିଆ ହେବାର ଅଭ୍ୟାସ ହୋଇ ଯାଇଥିବାର ଲକ୍ଷ କରାଯାଇଛି। ଆଧାର କାର୍ଡ ର ସହ ସହ ଜେରକ୍ସ କାଢ଼ି ସାର କଳା ବଜାର ହେଉଥିବା ଅଭିଯୋଗ ହୋଇ ଆସୁଛି। ସାର ସଙ୍କଟ ରୁ ଚାଷୀଙ୍କୁ କେବେ ମୁକ୍ତି ମିଳୁଛି ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.