ଆସିକା ରେ କାଗଜ କଲମ ରେ ବନ୍ୟ ପ୍ରାଣୀ ସୁରକ୍ଷା ଚାଲିଛି.!ଶିକାରୀଙ୍କ କ୍ରୁର ଦୃଷ୍ଟିରେ ବନ୍ୟା ପ୍ରାଣୀ…..!

youtube


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବନାଞ୍ଚଳ ଏକ ପ୍ରମୁଖ ବନାଞ୍ଚଳ ରୂପେ ମାନ୍ୟତା ରହିଛି।ଶେରଗଡ଼,ବଡ଼qଗଡ଼, ସୋରଡ଼ା, ଗାଙ୍ଗପୁର, ବାଲିପଦର, ବୁଗୁଡ଼ା ହିଞ୍ଜିଳି ର ଚୋରା କାଠ ଆସିକା ଦେଇ ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି।ପୂର୍ବରୁ ଆସିକା ସହରର କେନ୍ଦ୍ର ସ୍ଥଳୀରେ ଆସିକା ବନାଞ୍ଚଳ ମୁଖ୍ୟ କାର୍ଯ୍ୟାଳୟ ରହିଥିଲା। ଜବତ ଚୋରା କାଠ ସାଙ୍ଗକୁ ବିରଳ କୃଷ୍ଣ ସାର ମୃଗ ହେଉକି ବନ୍ୟଜନ୍ତୁ ଶିକାର କିମ୍ବା ଦୁର୍ଘଟଣାର ଶିକାର ହେଲେ ଏହି କାର୍ଯ୍ୟାଳୟ କୁ ଅଣାଯାଉଥିଲା। ଯେବେ ଠାରୁ ଦଶମାଇଲ ଠାରେ କାର୍ଯ୍ୟାଳୟ ସ୍ଥାନାନ୍ତର ହେଇଛି। ସେଠାରେ ଚୋରା କାଠ ଜବତ ହେଉକି ବିରଳ କୃଷ୍ଣ ସାର ମୃଗର ମୃତ୍ୟୁ ହେଲେ କୌଣସି ସୂଚନା ଆଉ ମିଳୁନାହିଁ। ଏଠାକାର ବାବୁ ମାନଙ୍କ ଖାତାରେ ନାଁ ଥିବା ଗୋଦି ମିଡ଼ିଆ କୁ ସୂଚନା ସାଙ୍ଗକୁ ବାବୁଙ୍କୁ ସୁହାଇଲା ଭଳି ସୂଚନା ଦିଆ ଯାଉଥିବା ଆଲୋଚନା ହେଉଛି। ପୂର୍ବରୁ ମୃତ ଜୀବ ଜନ୍ତୁର ଶବକୁ ପ୍ରାଣୀଚିକିତ୍ସା କେନ୍ଦ୍ରରେ ବ୍ୟବଛେଦ କରଯାଉଥିଲା। ବର୍ତ୍ତମାନ କେତେ ବିରଳ କୃଷ୍ଣ ସାର ମୃଗର ଶିକାରୀ ଦ୍ୱାରା ହତ୍ୟା ହେଉକି ଦୁର୍ଘଟଣା ଜନିତ ରେ ମୃତ୍ୟୁ ହେଉ ତାହାର ହିସାବ ରହୁନାଥିବା ନେଇ ପରିବେଶ ପ୍ରେମୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ହୋଇଛି। ସହର ଠାରୁ ଦୂରରେ ଏହି କାର୍ଯ୍ୟାଳୟ ରହୁଥିବା ଯୋଗୁଁ ବାବୁ ମାନେ କେବେ ଆସିଲେ କେବେ ଗଲେ ଜଣା ପଡୁନାହିଁ। ଜବତ ହୋଇଥିବା ସାମଗ୍ରୀ ଛାଡିବା ଧରିବା ହିସାବ କେବଳ ବାବୁ ମାନଙ୍କ ମଧ୍ୟରେ ସୀମିତ ରହୁ ଯାଉଥିବା ଚର୍ଚ୍ଚା ହେଉଛି। ଦୀପାବଳିକୁ ଆଳ କରି ଶିକାରୀ ମାନଙ୍କ କ୍ରୁର ଦୃଷ୍ଟିରେ ବନ୍ୟା ପ୍ରାଣୀ ଏବେ ରହିଥିବା ଆଲୋଚନା ହେଉଛି। ଏହି ସମୟରେ ବାଣ ଫୁଟିଲା ନାଁ ଗୁଳି ଫୁଟିଲା ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହେ ରହୁଛି। ଏହି ସବୁ କାରଣ ରୁ ଆସିକା ଅଞ୍ଚଳରେ ବନ୍ୟା ପ୍ରାଣୀ ସୁରକ୍ଷା ସାଙ୍ଗକୁ ବନ୍ୟା ପ୍ରାଣୀ ମାନଙ୍କ ପାଇଁ ପାଣି କୁଣ୍ଡ ସବୁ କାଗଜ କଲମ ରେ ସୀମିତ ଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.